Latest Odisha News

ଅଧିକ ସୁନ୍ଦରୀ ଦେଖାଯିବା ପାଇଁ ୧୦୦ରୁ ଅଧିକ ପ୍ଲାଷ୍ଟିକ ସର୍ଜରୀ !

ବେଜିଂ: ସୁନ୍ଦରତାର ପରିଭାଷା ସମସ୍ତଙ୍କ ପାଇଁ ଭିନ୍ନ । କିଏ ବାସ୍ତବକୁ ଆଦରୁ ଥିବା ବେଳେ ଅନ୍ୟମାନେ ନିଜକୁ କୃତ୍ରିମ ଭାବେ ସୁନ୍ଦର ତଥା ଆକର୍ଷଣୀୟ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥାନ୍ତି । ଏ ଭଳି ଏକ ଘଟଣା ଚୀନରେ ଦେଖିବାକୁ ମିଳିଛି । ୧୮ ବର୍ଷ ବୟସରେ ଏହି ଯୁବତୀ ୧୦୦ ଥର ପ୍ଲାଷ୍ଟିକ ସର୍ଜରୀ କରାଇ ସାରିଛନ୍ତି । ୫ ବର୍ଷ ମଧ୍ୟରେ ସେ ଏ ବାବଦକୁ ୪.୬୬ କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରି ସାରିଲେଣି । ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ଝିଜିୟାଙ୍ଗରେ ଝୋଉ ଚୁନା ୧୩ ବର୍ଷ ବୟସରୁ ପ୍ଲାଷ୍ଟିକ ସର୍ଜରୀ କରାଇ ଆସୁଛନ୍ତି । ଅଭିନେତ୍ରୀ ଏସଥଲ ୟୁ ପରି ଦେଖାଯିବା ତାଙ୍କର ସ୍ୱପ୍ନ ରହିଛି । ସେ କରାଉଥିବା ସର୍ଜରୀରର ସମସ୍ତ ଖର୍ଚ୍ଚ ତାଙ୍କ ବାପାମାଆ ଉଠାଉଛନ୍ତି ।

ପିଲାବେଳୁ ଅସୁନ୍ଦର ବୋଲି ତାଙ୍କ ମନରେ ଘର କରି ଯାଇଥିଲା । ସେବେଠାରୁ କିପରି ସୁନ୍ଦର ଦେଖାଯିବେ ସେଥିନେଇ ଏ ଭଳି କାର୍ଯ୍ୟ କରି ଆସୁଛନ୍ତି । ୧୩ ବର୍ଷ ବୟସରେ ସେ ପ୍ରଥମ ଅପରେଶନ କରାଇଥିଲେ । ଆଖିର ପଲକଠାରୁ ଆରମ୍ଭ କରି ମୁହଁରେ ସେ ଅନେକ ସର୍ଜରୀ କରାଇଛନ୍ତି । ସେ ଡୋଳା ବଢ଼ାଇବାକୁ ଚାହୁଁଥିଲେ ମଧ୍ୟ ଡାକ୍ତର ମନା କରିଥିଲେ । ବେନ ଶେଭିଂରେ ସେ ୧୫ ଦିନ ଧରି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ପଡି ରହିଥିଲେ । ସୋସିଆଲ ମିଡିଆରେ ଅବଶ୍ୟ ସେ ଏବେ ଭାଇରାଲ ଗର୍ଲ ହୋଇ ସାରିଛନ୍ତି କିନ୍ତୁ ଏହି ସର୍ଜରୀ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ଅନେକ ମତ ଦେଇଛନ୍ତି ।

Comments are closed.