Latest Odisha News

ଥମୁନି ଟାର୍ଗେଟ୍‌ କିଲିଂ ମାମଲା: ପୁଣି ଜଣେ ପ୍ରବାସୀ ଶ୍ରମିକଙ୍କ ଉପରକୁ ଗୁଳିମାଡ଼

ଶ୍ରୀନଗର: ପୁଲଓ୍ୱାମାର ତ୍ରାଲ ଅଞ୍ଚଳରେ ପୁଣି ଜଣେ ପ୍ରବାସୀ ଶ୍ରମିକଙ୍କ ଉପରକୁ ଗୁଳିମାଡ଼। ଏଥିରେ ପ୍ରବାସୀ ଶ୍ରମିକ ଆହତ ହୋଇଛନ୍ତି। ଗତ କିଛି ଦିନ ହେବ ଜମ୍ମୁ କଶ୍ମୀରରେ ଟାର୍ଗେଟ୍‌ କିଲିଂ ମାମଲା ବୃଦ୍ଧି ପାଇଛି। ପ୍ରବାସୀ ଶ୍ରମିକଙ୍କୁ କରାଯାଉଛି ଟାର୍ଗେଟ୍। ସପ୍ତାହେ ଭିତରେ ଏହା ତୃତୀୟ ଘଟଣା। ନିକଟରେ ୭ ଜଣଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ୍‌ କରି ହତ୍ୟା କରିଥିଲେ।

ଶ୍ରମିକ ଜଣଙ୍କ ହେଉଛନ୍ତି ଉତ୍ତର ପ୍ରଦେଶର ଶୁଭମ କୁମାର। ତାଙ୍କ ବୟସ ୧୯ ବର୍ଷ। ସେ ବିଜନୌରର ବାସିନ୍ଦା। ତାଙ୍କ ହାତରେ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶୁଭମଭ୍ର ସ୍ୱାସ୍ଥ୍ୟାବସ୍ତା ସ୍ଥିର ଥିବା ଡାକ୍ତର କହିଛନ୍ତି।ଗତ କିଛି ଦିନ ହେଲା କଶ୍ମୀରରେ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ୍ କରାଯାଉଛି। ଆତଙ୍କବାଦୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ବାହାର ରାଜ୍ୟର ପ୍ରବାସୀ ଶ୍ରମିକ। ରବିବାର ଗାନ୍ଦରବାଲ ଜିଲ୍ଲାରେ ଏକ ନିର୍ମାଣସ୍ଥଳରେ ଆତଙ୍କବାଦୀମାନେ ୬ ଜଣ ପ୍ରବାସୀ ଶ୍ରମିକ ଏବଂ ଜଣେ ସ୍ଥାନୀୟ ଡାକ୍ତରଙ୍କୁ ହତ୍ୟା କରିଥିଲେ।

ଏହା ପୂର୍ବରୁ ୧୮ ଅକ୍ଟୋବରରେ ସୋଫିଆନ୍ ଜିଲ୍ଲାରେ ଆତଙ୍କବାଦୀମାନେ ବିହାର ଜଣେ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଜମ୍ମୁ କାଶ୍ମୀରରେ ସଂଗଠିତ ଆତଙ୍କବାଦ ହ୍ରାସ ପାଇବା ପରେ ଟାର୍ଗେଟ କିଲିଂ ଘଟଣା ଲଗାତାର ଭାବେ ସାମ୍ନାକୁ ଆସୁଛି। ଗତ ବର୍ଷ ମଧ୍ୟ ଆତଙ୍କବାଦୀମାନେ ବିଭିନ୍ନ ଅଞ୍ଚଳରେ ଅଣ-କାଶ୍ମୀରବାସୀଙ୍କୁ ଟାର୍ଗେଟ୍‌ କରି ହତ୍ୟା କରିଥିଲେ। ଅନନ୍ତନାଗ, ପୁଲୱାମା ଏବଂ ପୁଞ୍ଚରେ ଟାର୍ଗେଟ କିଲିଂର ଅନେକ ଘଟଣା ସାମ୍ନାକୁ ଆସିଥିଲା।

 

Leave A Reply

Your email address will not be published.