Latest Odisha News

ଅନଲାଇନ ଗେମ୍ ନେଉଛି କି ଜୀବନ, ଲଗ୍ ଆଉଟ୍ ଲେଖି ୧୪ ମହଲାରୁ ଡେଇଁ ପଡିଲେ

ପୁଣେ: ପିମ୍ପ୍ରି ଚିଞ୍ଚୱାଡର ରେଭେଟରେ ସ୍ଥିତ ଏକ ବିଲ୍ଡିଂର ୧୪ ମହଲାରୁ ଡେଇଁ ଜଣେ ୧୬ ବର୍ଷର ବାଳକ ମୃତ୍ୟୁବରଣ କରିଛି। ଆଉ ନିଜ ବାପାମା’ଙ୍କ ପାଇଁ ଛାଡ଼ି ଦେଇଯାଇଛି ସୁଇସାଇଡ ନୋଟ୍‌। ଯେଉଁଥିରେ ‘ଲଗ୍‌ ଆଉଟ୍’ ଲେଖିଥିବା ଜଣାଯାଇଛି।

ପୋଲିସର ସୂଚନା ଅନୁଯାୟୀ, ମୃତ ବାଳକ ତାଙ୍କ ପରିବାର ସହିତ ରହୁଥିବା ବେଳେ ପ୍ରାୟ ରାତି ୧ଟା ସମୟରେ ଏହି ଅଘଟଣ ଘଟିଛି।

ଏହି ଘଟଣାରେ ଆମେ ମୃତ ପୁଅର ଏକ ଲାପଟପ୍ ଏବଂ ମୋବାଇଲ୍ ଫୋନ୍ ଜବତ କରିଛୁ। ଏହା ଏକ ଆତ୍ମହତ୍ୟା ମାମଲା ବୋଲି ସନ୍ଦେହ କରାଯାଉଛି।

ତଦନ୍ତ ପରେ ଅଧିକ ତଥ୍ୟ ମିଳିବ ବୋଲି କହିଛନ୍ତି ରେଭେଟ ପୋଲିସର ବରିଷ୍ଠ ପୋଲିସ ଇନ୍ସପେକ୍ଟର ମହେନ୍ଦ୍ର କାଦମ।

ଜିଲ୍ଲାପ୍ରଶାସନ ପକ୍ଷରୁ ପୁଣେ ଏବଂ ପିମ୍ପ୍ରି ଚିଞ୍ଚୱାଡର ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା କରାଯାଇଥିବାରୁ ଦଶମ ଶ୍ରେଣୀର ଛାତ୍ର ଗୁରୁବାର ଦିନ ପୂରା ସମୟ ପରିବାର ସହିତ ଥିଲା।

ତେବେ ରେଭେଟ ପୋଲିସ ଷ୍ଟେସନରେ ଏକ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଏହାର ତଦନ୍ତ ଜାରି ରଖିଛି।

Comments are closed.