Latest Odisha News

BREAKING NEWS

ୱେବ୍ ସିରଜ୍ ଦେଖି ୭୫ ଜଣଙ୍କ ଜୀବନ ବଂଚାଇଲା ନାବାଳକ !

ମହାରାଷ୍ଟ୍ର: ଡୋମ୍ବିଭଲିରେ ଗୁରୁବାର ସକାଳୁସକାଳୁ ଏକ ଦୁଇ ମହଲା କୋଠା ଭୁଷୁଡି ପଡିଥିଲା । ହେଲେ ବିଲ୍ଡିଂରେ ୭୦ରୁ ଅଧିକ ଲୋକ ରହୁଥିଲାବେଳେ ଏକ ନିଶ୍ଚିତ ଅଘଟଣରୁ ସମସ୍ତେ ବର୍ତ୍ତିଯାଇଛନ୍ତି । ତେବେ ଭାଗ୍ୟ ନୁହେଁ ବରଂ ଜଣେ ନାବାଳକର ୱେବ୍ ସିରିଜ ନିଶା ପାଇଁ ଏଭଳି ଚମତ୍କାର ଘଟିଥିଲା ।

୪୦ ବର୍ଷ ପୁରୁଣା ବିଲ୍ଡିଂରେ ୧୮ଟି ପରିବାରର ୭୫ଜଣ ସଦସ୍ୟ ରହୁଥିଲେ । ସମସ୍ତେ ଶୋଇଥିଲାବେଳେ ଭୋର ପ୍ରାୟ ୪ଟା ୩୦ ମିନିଟରେ କୋଠାଟି ହଠାତ୍ ଭୁଷୁଡିପଡିଥିଲା ।

ମିଳିଥିବା ସୂଚନା ଅନୁଯାୟୀ ସେହି ବିଲ୍ଡିଂ ପାଖରେ ରହୁଥିବା କୁନାଲ ମୋହିତେ ନାମକ ଜଣେ ନାବାଳକ ବିଳମ୍ବିତ ରାତ୍ରୀ ପର୍ମ୍ୟନ୍ତ ୱେବ୍ ସିରିଜ ଦେଖୁଥିଲା । ତେବେ ଭୋର ସମୟରେ ଦୁଇ ମହଲା କୋଠାର ଏକ ଅଂଶ ଧୀରେଧୀରେ ଧସିବା ଦେଖି ସେ ତତ୍ପର ହୋଇଉଠିଥିଲା ।

ବାହାରକୁ ଦଉଡିଯାଇ ସେହି ବିଲ୍ଡିଂରେ ରହୁଥିବା ସମସ୍ତ ଅନ୍ତେବାସୀଙ୍କୁ ଡାକ ପକାଇ ନିଦରୁ ଉଠାଇବାରେ ସଫଳ ହୋଇଥିଲା । ବିଲ୍ଡିଂରେ ରହୁଥିବା ଲୋକେ କୁନାଲଙ୍କ ଚିତ୍କାର ତଥା ଘର ଭୁଷୁଡୁଥିବା ଜାଣିପାରି ବାହାରକୁ ପଳାଇଆସିଥିଲେ । ଫଳରେ ଏକ ନିଶ୍ଚିତ ଅଘଟଣରୁ ବର୍ତ୍ତିପାରିଥିଲେ ୧୮ଟି ପରିବାର ।

ଏହି ଘଟଣା ପରେ ଭୁଷୁଡିପଡିଥିବା ବିଲ୍ଡିଂ ଆଖପାଖରେ ଥିବା ଅନ୍ୟ ପୁରୁଣା ଘରଗୁଡିକୁ ଖାଲି କରିବା ପାଇଁ ସ୍ଥାନୀୟ ପୌରପାଳିକା ନୋଟିସ୍ ଜାରି କରିଛି ।

Comments are closed.