Latest Odisha News

BREAKING NEWS

ଗୁଜରାଟ ଦଙ୍ଗା: ତିସ୍ତାଙ୍କୁ ଅଟକ ରଖିଲା ଏଟିଏସ

ଅହମ୍ମଦାବାଦ: ଗୁଜରାଟ ଏଟିଏସ ଶନିବାର ସାମାଜିକ କର୍ମୀ ତିସ୍ତା ସୀତଲୱାଡାଙ୍କୁ ଅଟକ ରଖିଛି । ତାଙ୍କୁ ମୁମ୍ବାଇରୁ ଅହମ୍ମଦାବାଦ ନିଆଯାଇଛି । ଗୁଜରାଟ ଦଙ୍ଗା ନେଇ ସେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗର ଅଧିକ ତଦନ୍ତ ପାଇଁ ଏଟିଏସ ଏହି ପଦକ୍ଷେପ ଗ୍ରହଣ କରିଛି । ଏହି ମାମଲାରେ ସେ ସମୟର ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୬୪ଜଣଙ୍କୁ ସୁପ୍ରିମକୋର୍ଟ ପ୍ରଦାନ କରିଥିବା କ୍ଲିନଚିଟକୁ କାଏମ ରଖିଉନ୍ତି । ଜାକିଆ ଜାଫ୍ରି ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ଏହି ଦଙ୍ଗାରେ ତିସ୍ତାଙ୍କ ଭୂମିକାକୁ ଭଲ ଭାବେ ଯାଂଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ପୂର୍ବରୁ ଏହି ମାମଲାରେ ଅହମ୍ମଦାବାଦ କ୍ରାଇମବ୍ରାଂଚ ତିସ୍ତା ସୀତଲୱାଡା, ପୂର୍ବତନ ଆଇପିଏସ ସଞ୍ଜୀବ ଭଟ୍ଟ ଓ ଗୁଜରାଟ ପୂର୍ବତନ ଡିଜିପି ଆରବି ଶ୍ରୀକୁମାରଙ୍କ ବିରୋଧରେ ଷଡଯନ୍ତ୍ର ରଚିଥିବା ମାମଲା ରୁଜୁ କରାଯାଇଥିଲା । ସଞ୍ଜୀବ ପୂର୍ବରୁ ଜେଲରେ ଥିବା ବେଳେ ଏବେ ତିସ୍ତା ଓ ଶ୍ରୀକୁମାରଙ୍କ ଅଟକ ରଖାଯାଇଛି । ଶନିବାର ଗୁଜରାଟ ପୋଲିସ ତିସ୍ତାଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରିଥିଲେ ।

Leave A Reply

Your email address will not be published.