Latest Odisha News

BREAKING NEWS

ତୀରନ୍ଦାଜ ବିଶ୍ୱ କପ ଷ୍ଟେଜ ୩: ସ୍ୱର୍ଣ୍ଣ ଜିତିଲେ ଜ୍ୟୋତି-ଅଭିଷେକ

ପ୍ୟାରିସ: ଏଠାରେ ଚାଲିଥିବା ତୀରନ୍ଦାଜ ବିଶ୍ୱକପ ଷ୍ଟେଜ ୩ରେ ଭାରତୀୟ କମ୍ପାଉଣ୍ଡ ମିକ୍ସଡ ଟିମ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଜ୍ୟୋତି ସୁରେଖା ଓ ଅଭିଷେକ ବର୍ମା ଯୋଡି ୧୫୬-୧୫୧ରେ ଫ୍ରାନ୍ସର ରବିନ ଜାଟମା ଓ ଲିସେଲ ଜାଟମାଙ୍କୁ ପରାସ୍ତ କରିଥିଲେ । ଏହା ପୂର୍ବରୁ କୋରିଆରେ ଅନୁଷ୍ଠିତ ବିଶ୍ୱକପ ଷ୍ଟେଜ ୨ ମିକ୍ସଡ ଇଭେଂଟରେ ଅଭିଷେକ ଓ ଅବନୀତ କୌର ଯୋଡି ବ୍ରୋଞ୍ଜ ପଦକ ଜିତିଥିଲେ । ଭାରତର ମହିଳା ରିକର୍ଭ ଟିମ ଫାଇନାଲରେ ପ୍ରବେଶ କରି ଆଉ ଏକ ସ୍ୱର୍ଣ୍ଣ ପଦକ ଆଶା ସଂଚାର କରିଛନ୍ତି ।

ଦୀପିକା କୁମାରୀ, ଅଙ୍କିତା ଭଗତ ଓ ସିମରନଜୀତ କୌର ସେମିଫାଇନାଲରେ ତୁର୍କୀକୁ ୫-୩ରେ ପରାସ୍ତ କରିଥିଲେ । ସୂଚନାଯୋଗ୍ୟ ତୀରନ୍ଦାଜ ବିଶ୍ୱକପ ୪ଟି ଷ୍ଟେଜରେ ହୋଇଥାଏ । ପ୍ରତ୍ୟେକ ବର୍ଷ ୪ଟି ଭିନ୍ନ ଭିନ୍ନ ସହରରେ ଷ୍ଟେଜ ମୁକାବିଲା ଆୟୋଜିତ ହୋଇଥାଏ । ଶେଷରେ ବିଶ୍ୱକପ ଫାଇନାଲ୍ସ ଆୟୋଜିତ ହୋଇଥାଏ । ଏଥିରେ ୪ଟି ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିଥିବା ତୀରନ୍ଦାଜଙ୍କୁ ସୁଯୋଗ ମିଳିଥାଏ ।

Leave A Reply

Your email address will not be published.