Latest Odisha News

BREAKING NEWS

ଆପଣ ବହୁତ ହଟ୍ ଓ ବିୟୁଟିଫୁଲ୍’; ରିଆଲିଟି ସୋ’ରେ ମଲ୍ଲିକାଙ୍କୁ ଖୋଲା ପ୍ରଶଂସା କରି ଚର୍ଚ୍ଚାରେ ଲାଲୁଙ୍କ ପୁଅ

ପାଟଣା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜ ପ୍ରତାପ ଯାଦବ ସର୍ବଦା ନିଜର ନିଆରା ତଥା ଅଲଗା ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିବାକୁ ଭଲ ପାଆନ୍ତି । ରାଜନୀତି ମଞ୍ଚରେ ବିଭିନ୍ନ ପ୍ରସଙ୍ଗକୁ ନେଇ ହଇଚଇ ସୃଷ୍ଟି କରୁଥିବା ‘ତେଜୁ ଭୈୟା’ ଏବେ ଏକ ରିଆଲିଟି ସୋ’ରେ ନଜର ଆସୁଛନ୍ତି। ଜିଓ ହଟଷ୍ଟାରର ଲୋକପ୍ରିୟ ରିଆଲିଟି ସୋ’ ‘ଭୋଜପୁରୀ ବୱାଲ’ରେ ତେଜ ପ୍ରତାପ ଏବଂ ବଲିଉଡ୍ ଅଭିନେତ୍ରୀ ମଲ୍ଲିକା ଶେରାୱତଙ୍କ ମଧ୍ୟରେ ଏକ ମଜାଦାର ତଥା ରୋମାଣ୍ଟିକ୍ ବାର୍ତ୍ତାଳାପ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ସୋ’ର ନୂଆ ପ୍ରୋମୋରେ ଦେଖିବାକୁ ମିଳିଛି ଯେ, ଉଭୟ ତେଜ ପ୍ରତାପ ଏବଂ ମଲ୍ଲିକା ଏକ କ୍ୟାଫେରେ ବସି କଥାବାର୍ତ୍ତା ହେଉଛନ୍ତି । ଏହି ସମୟରେ ମଲ୍ଲିକା ମଜାଳିଆ ଢଙ୍ଗରେ ତେଜ ପ୍ରତାପଙ୍କୁ ଅଭିଯୋଗ କରି କହୁଛନ୍ତି, “ତେଜ୍ ଜୀ, ଆମେ ବିହାରରୁ ଆପଣଙ୍କୁ ଭେଟିବାକୁ ଆସିଲୁ, କିନ୍ତୁ ଆପଣ ଏଯାଏଁ ଆମକୁ ଥରେ ବି କୌଣସି ପ୍ରଶଂସା କଲେ ନାହିଁ। କୁହନ୍ତୁ ମୁଁ କେମିତି ଦେଖାଯାଉଛି?” ଏହା ଶୁଣି ତେଜ ପ୍ରତାପ ନିଜ ହସକୁ ଅଟକାଇ ନପାରି ଖୋଲାଖୋଲି ଭାବେ କହୁଛନ୍ତି, “ଆପଣ ବହୁତ ହଟ୍ ଓ ସେକ୍ସି ଲାଗୁଛନ୍ତି।” ଏହାପରେ ମଲ୍ଲିକା ପୁଣି ଥଟ୍ଟା କରି ପଚାରୁଛନ୍ତି, “ଆଉ ବିୟୁଟିଫୁଲ୍..?” ଯାହାର ଉତ୍ତରରେ ତେଜ ପ୍ରତାପ କହୁଛନ୍ତି ଯେ ସେ ପ୍ରକୃତରେ ବହୁତ ସୁନ୍ଦର। ନିଜର ଏପରି ଖୋଲା ପ୍ରଶଂସା ଶୁଣି ମଲ୍ଲିକା ଖୁସିରେ ଉଲ୍ଲସିତ ହୋଇଯାଉଛନ୍ତି ।

ତେବେ କଥା କେବଳ ପ୍ରଶଂସାରେ ଅଟକି ନଥିଲା । ମଲ୍ଲିକା ତାଙ୍କୁ ଆହୁରି ଉସକାଇ ପଚାରିଥିଲେ, “ଆପଣ ମୋର ସୁପରହିଟ୍ ଫିଲ୍ମ ‘ମର୍ଡର’ ଦେଖିନାହାନ୍ତି କି?” ଏହା ଶୁଣି ତେଜ ପ୍ରତାପ ଟିକେ ଲାଜେଇ ଯାଇ କହିଥିଲେ, “ହଁ, ନିଶ୍ଚୟ ଦେଖିଛି।” ଯେତେବେଳେ ମଲ୍ଲିକା ପଚାରିଥିଲେ ଯେ ସେ ଏହି ଫିଲ୍ମଟିକୁ କେତେ ଥର ଦେଖିଛନ୍ତି, ସେତେବେଳେ ତେଜ ପ୍ରତାପ ହସି ହସି ଉତ୍ତର ଦେଇଥିଲେ, “ବହୁତ ଥର ଦେଖିଛି ମୁଁ ।” ତାଙ୍କର ଏହି ନିଷ୍କପଟ ଉତ୍ତର ଶୁଣି ଉଭୟ ଜୋରରେ ହସି ପକାଇଥିଲେ ଏବଂ ପରିବେଶ ବେଶ୍ ହାଲୁକା ହୋଇଯାଇଥିଲା ।

ଏହି ପ୍ରୋମୋ ଭିଡିଓର ଶେଷ ଆଡକୁ ଦେଖିବାକୁ ମିଳିଛି ଯେ, ଅଭିନେତ୍ରୀଙ୍କ ଅନୁରୋଧ କ୍ରମେ ତେଜ ପ୍ରତାପ ତାଙ୍କ ପାଇଁ ବଂଶୀ ମଧ୍ୟ ବଜାଉଛନ୍ତି । ମଲ୍ଲିକା ଶେରାୱତ ଏବଂ ତେଜ ପ୍ରତାପଙ୍କ ମଧ୍ୟରେ ଥିବା ଏହି ଅଦ୍ଭୁତ କେମିଷ୍ଟ୍ରି ଏବଂ ଖୁଲାସା ବାର୍ତ୍ତାଳାପ ଏବେ ଦର୍ଶକଙ୍କ ମନ କିଣି ନେଇଛି । ସାଧାରଣତଃ ରାଜନୀତିର ଗମ୍ଭୀର ପରିବେଶରେ ଦେଖାଯାଉଥିବା ତେଜ ପ୍ରତାପଙ୍କ ଏହି ନୂଆ ଚୁଲବୁଲିଆ ତଥା ସାଧାରଣ ଅନ୍ଦାଜ ତାଙ୍କ ସମର୍ଥକ ତଥା ସାଧାରଣ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି ।

Leave A Reply

Your email address will not be published.