ହାଇଦ୍ରାବାଦ୍: କାଲିଠୁ ଦେଶରେ ଭାଳେଣି ପଡିଛି । ତାହା ହେଲା ସାଉଥ୍ ସୁପରଷ୍ଟାର ତଥା ଦେଶର ଲୋକପ୍ରିୟ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଗିରଫଦାରୀ । ତେଲେଙ୍ଗାନା ହାଇକୋର୍ଟର ଅନ୍ତରୀଣ ଜାମିନ୍ ପ୍ରଦାନ ପରେ ବି ରାତି ତମାମ ଜେଲରେ କାଟିଥିଲେ ଅଲ୍ଲୁ । ଆଜି ସକାଳୁ ସକାଳୁ ସେ ଜେଲରୁ ବାହାରି ଘରକୁ ଫେରିଛନ୍ତି ।
ହେଲେ ଏବେ ବି ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କ’ଣ ଅଲ୍ଲୁଙ୍କ ଗିରଫଦାରୀ ଯଥାର୍ଥ ଥିଲା ? ପୂର୍ବରୁ ମଧ୍ୟ ଅନେକ ଷ୍ଟାରଙ୍କ ପାଇଁ ଭିଡ ଜମିଛି । ଆଉ ରାଜନେତାଙ୍କ କ୍ୟାମ୍ପେନ୍ ପାଇଁ ଲୋକଙ୍କ ଜୀବନ ବି ଯାଇଛି । ତାହାଲେ ଏଥିରେ କାହିଁକି ଫସିଗଲେ ଅଲ୍ଲୁ? ନା ଏନେଇ କିଛି ରାଜନୈତିକ ଚାଲ୍ ରହିଛି । କାରଣ ଏନେଇ ଯେତେବବେଳେ ତେଲେଙ୍ଗାନା ସରକାର ରେଭନ୍ତ ରେଡ୍ଡୀଙ୍କୁ ପ୍ରଶ୍ନ କରାଯାଇଥିଲା ସେ ସିଧା ପୋଲିସର ପକ୍ଷ ନେଇଛନ୍ତି । ଅଲ୍ଲୁ ନିୟମ କାନୁନ୍ ଭାଙ୍ଗିଛନ୍ତି ବୋଲି ମଧ୍ୟ ଆରୋପ ଲଗାଇଛନ୍ତି ।
ତେବେ ଏହାକୁ ନେଇ ଜାତୀୟ ଗଣମାଧ୍ୟମ ଆଜ୍ ତକ୍ ଆଜେଣ୍ଡାରେ ମତ ରଖି ତେହଲେଙ୍ଗନା କଂଗ୍ରେସ ମୁଖ୍ୟମନ୍ତ୍ରୀ ରେଭନ୍ତ କହିଛନ୍ତି, ନିୟମ ସମସ୍ତଙ୍କ ପାଇଁ ସମାନ୍ । ସେ ଫିଲ୍ମ ଷ୍ଟାର ହେଉକି କୌଣସି ପଲିଟିକାଲ୍ ଷ୍ଟାର୍ ସମସ୍ତଙ୍କ ପାଇଁ ସମ୍ବିଧାନ ସମାନ । ଏମିତି ନୁହେଁ କି ଅଲ୍ଲୁ ଅର୍ଜ୍ଜୁନ ଆସିଲେ ଆଉ ସିନେମା ଦେଖି ଚୁପଚାପ୍ ଚାଲିଗଲେ । ଅଲ୍ଲୁ କାରରେ ଆସି ହାତ ହଲେଇ ଲୋକଙ୍କୁ ଅଧିକ ଉତ୍ସାହିତ କରିଥିଲେ । ଯାହା ଫଳରେ ଭିଡ ଅଣାୟତ୍ତ ହୋଇଥିଲା । ପୋଲିସ୍ ତା କାମ କରୁଥିଲେ ମଧ୍ୟ ଭିଡ ନିୟନ୍ତ୍ରଣ ବାହାରେ ହେବାରୁ ଜଣେ ମହିଲାଙ୍କ ମୃତ୍ୟୁ ହେଲା, ଆଉ ତାଙ୍କ ପୁଅ ଏବେ ବି ମେଡିକାଲରେ ମୃତ୍ୟୁ ସହ ଲଢୁଛି । ଅଲ୍ଲୁ ପୂର୍ବରୁ ଅବଗତ ନ କରି ଆସିବାରୁ ଏଭଳି ହେଲା ବୋଲି ସିଧା ସିଧା କହିଛନ୍ତି ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ । ଯେଉଁଥିରୁ ରାଜନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଛି ।
ଅନ୍ୟପଟରେ ଅଲ୍ଲୁଙ୍କ ଗିରଫଦାରୀ ମାମଲାକୁ ନେଇ ଏବେ ଚାରିଆଡେ ଅସନ୍ତୋଷ ପ୍ରକାଶ ପାଇଛି । ଅଭିନେତାଙ୍କ ଠାରୁ ଆରମ୍ଭ କରି ବିରୋଧୀ ନେତାଙ୍କ ପର୍ଯ୍ୟନ୍ତ ପୋଲିସର ଏଭଳି ପଦକ୍ଷେପକୁ ନିନ୍ଦା କରାଯାଇଛି । ଏଥିସହିତ ବିରୋଧୀ ଏହା ବି କହିଛନ୍ତି ଯେ, ପୂର୍ବରୁ ଅଲ୍ଲୁ ମୁଖ୍ୟମନ୍ତ୍ରୀ ରେଭନ୍ତଙ୍କୁ ତେଲୁଗୁରେ ଭଲରେ ପରିଚିତ ନକରାଇବାରୁ ସେ ଏପରି ପ୍ରତିଶୋଧ ନେଇଛନ୍ତି ।