Latest Odisha News

BREAKING NEWS

ଗଲୱାନ ଘାଟିର ସହିଦ କର୍ଣ୍ଣେଲଙ୍କ ପତ୍ନୀଙ୍କୁ ଡେପୁଟୀ କଲେକ୍ଟର ନିଯୁକ୍ତି

ହାଇଦ୍ରାବାଦ: ପୂର୍ବ ଲଦାଖରେ ଗଲୱାନ୍ ଘାଟିରେ ସହିଦ ହୋଇଥିବା କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପତ୍ନୀ ହେବେ ଡେପୁଟୀ କଲେକ୍ଟର । ତେଲାଙ୍ଗନା ସରକାର ବୁଧାବର ସହିଦ କର୍ଣ୍ଣେଲଙ୍କ ପତ୍ନୀ ସନ୍ତୋଷୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । କେବଳ ହାଇଦ୍ରାବାଦ କିମ୍ବା ନିକଟବର୍ତ୍ତୀ ଅଞ୍ଚଳରେ ସହିଦଙ୍କ ପତ୍ନୀଙ୍କୁ ନିଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପତ୍ନୀ ସନ୍ତୋଷୀ ନିଜର ୮ ବର୍ଷର ପୁଅ ଓ ୩ ବର୍ଷର ଝିଅ ସହିତ ଦିଲ୍ଲୀରେ ରହୁଛନ୍ତି। ସନ୍ତୋଷଙ୍କ ମା ହାଇଦ୍ରାବାଦରେ ରହୁଛନ୍ତି। ସେ ଚାହୁଁଥିଲେ ଯେ ପୁଅର ବଦଳି କୌଣସି ପ୍ରକାରେ ହାଇଦ୍ରାବାଦ ହୋଇଯାଉ। ଏହାପୂର୍ବରୁ ତେଲେଙ୍ଗାନା ସରକାର କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପରିବାରକୁ ୫ କୋଟି ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ।

ଗତ ମାସରେ ଗଲଓ୍ଵାନ ଉପତ୍ୟକାରେ ଚୀନର ଅବୈଧ କବ୍‌ଜାକୁ ନେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ଘଟିଥିଲା। ଏହି ସଂଘର୍ଷରେ କର୍ଣ୍ଣେଲ ସନ୍ତୋଷ ବାବୁ ସମେତ ସେନାର ୨୦ ଯବାନ ସହିଦ ହୋଇଥିଲେ। ଏଥିରେ ଚୀନର ୪୩ ସୈନିକ ଓ ଅଧିକାରୀ ନିହତ ହୋଇଥିଲେ।

Leave A Reply

Your email address will not be published.