Latest Odisha News

ତେଲେଙ୍ଗାନାରେ ଆସନ୍ତାକାଲିଠୁ ୧୦ ଦିନ ଯାଏ ଲକ୍‌ଡାଉନ

ତେଲେଙ୍ଗାନା: କରୋନାର ଦ୍ୱିତୀୟ ତରଙ୍ଗ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିବା ବେଳେ ତେଲେଙ୍ଗାନା ସରକାର ବୁଧବାରଠୁ ୧୦ ଦିନ ଯାଏ ପୁଣି ଥରେ ଳକ୍‌ଡାଉନ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଆସନ୍ତାକାଲିଠୁ ମେ ୧୨ ତାରିଖ ସକାଳ ୧୦ ଟା ପର୍ଯ୍ୟନ୍ତ ଏହି ଲକ୍‌ଡାଉନ୍‌ ଲାଗୁ ହେବ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସୂତ୍ରରୁ ଜଣାପଡ଼ିଛି  ଯେ ମେ ୧୨ ପର୍ଯ୍ୟନ୍ତ ତେଲେଙ୍ଗାନାରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ଚାଲିଥିବାବେଳେ ସକାଳ ୬ ଟାରୁ ୧୦ ଟା ପର୍ଯ୍ୟନ୍ତ ସମସ୍ତ ଜରୁରୀ ସେବାକୁ ଅନୁମତି ଦିଆଯିବ।

Comments are closed.