Latest Odisha News

BREAKING NEWS

ରୁଦ୍ରେଶ୍ୱର ମନ୍ଦିରକୁ ମିଳିଲା ବିଶ୍ୱ ଐତିହ୍ୟସ୍ଥଳର ଟ୍ୟାଗ୍‌

ନୂଆଦିଲ୍ଲୀ: ତେଲେଙ୍ଗାନାରେ ଅବସ୍ଥିତ ରାମପ୍ପା ମନ୍ଦିରକୁ ୟୁନେସ୍କୋ ପକ୍ଷରୁ ବିଶ୍ବ ଐତିହ୍ୟସ୍ଥଳର ମାନ୍ୟତା ମିଳିଛି। ଏହାକୁ ରୁଦ୍ରେଶ୍ୱର ମନ୍ଦିର ମଧ୍ୟ କୁହାଯାଏ।

ଏହି ମନ୍ଦିର ଦ୍ବାଦଶ ଶତାବ୍ଦୀରେ ନିର୍ମାଣ ହୋଇଥିଲା। ଅନେକ ସମୟରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ବେ ମନ୍ଦିରର କୌଣସି କ୍ଷୟକ୍ଷତି ହୋଇନାହିଁ। ଗତକାଲି ୟୁନେସ୍କୋର ବିଶ୍ୱ ଐତିହ୍ୟ କମିଟିର ୪୪ ତମ ଅଧିବେଶନରେ ଏହି ନିଷ୍ପତ୍ତି ନେଇଛି।

ରାମପ୍ପା ମନ୍ଦିର ୧୨୧୩ ଖ୍ରୀଷ୍ଟାବ୍ଦରେ କାକଟିଆ ସାମ୍ରାଜ୍ୟର ଶାସନ କାଳରେ କାକଟିଆ ରାଜା ଗଣପତି ଦେବଙ୍କ ଜେନେରାଲ୍ ରିଚାର୍ଲା ରୁଦ୍ରଙ୍କ ଦ୍ୱାରା ନିର୍ମିତ ହୋଇଥିଲା।

Comments are closed.