Latest Odisha News

BREAKING NEWS

ଆସନ୍ତା ୨୫ରୁ ପ୍ରସାରିତ ହେବ ମେଗା ଧାରାବାହିକ ‘କେମିତି କହିବ କହ’

ଭୁବନେଶ୍ୱର: ଅକ୍ଷୟ ପରିଜା ପ୍ରଡକ୍ସନର ନୂଆ ମେଗା ଧାରାବାହିକ ‘କେମିତି କହିବି କହ’ ଆସନ୍ତା ୨୫ ତାରିଖରୁ ପ୍ରସାରିତ ହେବ । ଜୀ-ସାର୍ଥକରେ ପ୍ରସାରିତ ହେବାକୁ ଥିବା ଏହି ମେଗା ଧାରାବାହିକରେ ପ୍ରମୁଖ ଭୂମିକାରେ ଅଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବଂ ନାୟିକା ଅଭିନେତ୍ରୀ ସୁପ୍ରିୟା, ଇଶା ବେବର୍ତ୍ତା ଓ ଅନ୍ୟମାନେ ।

‘କେମିତି କହିବି କହ’ ହେଉଛି ସିଦ୍ଧାନ୍ତଙ୍କ ଅଭିନୀତ ପ୍ରଥମ ମେଗା ଧାରାବାହିକ ଏବଂ ଓଡ଼ିଆ ଟେଲିଭିଜନ ଇତିହାସର ସବୁଠୁ ବ୍ୟୟ ବହୁଳ ସିରିୟଲ । ଓଡ଼ିଆ ସିନେମାର ନିର୍ଦ୍ଦେଶକ ସୁଶାନ୍ତ ମଣି ଏହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିବା ବେଳେ ଏଥିରେ ସଙ୍ଗୀତ ଦେଇଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ ଏବଂ କ୍ୟାମେରା ପରିଚାଳନା କରିଛନ୍ତି ବଲିଉଡର ସୁପରିଚିତ କ୍ୟାମେରାମ୍ୟାନ ଚନ୍ଦ୍ରଶେଖର ରଥ ଓ ଓଲିଉଡ଼ର ଜଣାଶୁଣା କ୍ୟାମେରାମ୍ୟାନ ସୀତାଂଶୁ ମହାପାତ୍ର ।

ଏ ନେଇ ଅଭିନେତା ସିଦ୍ଧାନ୍ତ କହିଛନ୍ତି ଯେ, ଏହା ଏକ ଫାଇନାଇଟ ସିରିଜ । ଏଥିରେ ସବୁକିଛି ପୂର୍ବ ନିର୍ଦ୍ଧିଷ୍ଟ । ଏଥିରେ କିଛି ବି ପରିବର୍ତ୍ତନ କରାଯାଇ ପାରିବ ନାହିଁ, ଯାହାକି ସାଧାରଣତଃ ଧାରାବାହିକରେ ଦେଖିବାକୁ ମିଳେ ନାହିଁ । ପ୍ରସାରଣ ସମ୍ପର୍କରେ ପ୍ରଯୋଜକ ଅକ୍ଷୟ ପରିଜା କୁହନ୍ତି, ‘କେମିତି କହିବି କହ’ ଏକ ଧାରାବାହିକ ନୁହେଁ, ଏକ ବିରାଟ ପରିକଳ୍ପନା । ଏହା ସମ୍ଭବ ହୋଇପାରିଛି କେଵଳ ଜୀ-ସାର୍ଥକ,ସମସ୍ତ କଳାକାର ଓ ଟେକନିସିଆନଙ୍କ ପାଇଁ ।’

ଦର୍ଶକ ଏହି ଧାରାବାହିକକୁ ପସନ୍ଦ କରିବେ ବୋଲି ଆଶା ରହିଛି ।

Comments are closed.