Latest Odisha News

BREAKING NEWS

ତେଲଗୁ ଷ୍ଟାର ରାମ ଚରଣ କରୋନା ସଂକ୍ରମିତ

ହାଇଦ୍ରାବାଦ: କରୋନା ସଂକ୍ରମିତ ହୋଇଛନ୍ତି ତେଲଗୁ ଫିଲ୍ମ ଷ୍ଟାର ରାମ ଚରଣ । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ଆଜି ସକାଳୁ ସୋସିଆଲ୍ ମିଡିଆରେ ଏହି ସୂଚନା ଦେଇଛନ୍ତି ରାମ ଚରଣ । ଟ୍ୱିଟ୍ କରି ରାମ ଚରଣ ଲେଖିଛନ୍ତି, ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି । ତାଙ୍କର କୌଣସି ଲକ୍ଷଣ ନାହିଁ । ଏବେ ସେ ଆଇସୋଲେସନରେ ଅଛନ୍ତି । ଏହାସହ ଗତ କିଛି ଦିନରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ କୋଭିଡ୍ ଟେଷ୍ଟ କରାଇ ନେବାକୁ ଅନୁରୋଧ କରିଛନ୍ତି ରାମ ଚରଣ ।

Leave A Reply

Your email address will not be published.