Latest Odisha News

BREAKING NEWS

ସମବାୟ ସମିତି ଆସିଷ୍ଟାଣ୍ଟ ଆକାଉଣ୍ଟ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ଼

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ବଲାଙ୍ଗୀର କେନ୍ଦ୍ର ସମବାୟ ସମିତିର ଆସିଷ୍ଟାଣ୍ଟ ଆକାଉଣ୍ଟ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆସିଷ୍ଟାଣ୍ଟ ଆକାଉଣ୍ଟ ମ୍ୟାନେଜର ସୁଧୀର ନନ୍ଦଙ୍କ ଘର ସମେତ ୩ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ।

ବଲାଙ୍ଗୀର ପ୍ୟାଲେସ ଲାଇନ୍ ସ୍ଥିତ ନିଜ ଘରେ, ରୁଗୁଡ଼ିପଡ଼ା ସ୍ଥିତ ସଂପର୍କୀୟଙ୍କ ଘରେ ଓ ବିଡିସିସି ବ୍ୟାଙ୍କରେ ଏକକାଳୀନ ଚଢାଉ ଜାରି ରହିଛି । ବଲାଙ୍ଗୀର, ବରଗଡ, ସୋନପୁର ଓ ସମ୍ବଲପୁରର ଭିଜିଲାନ୍ସ ଟିମ୍ ଖୋଳତାଡ କରୁଥିବା ସୂଚନା।

ଖବର ଅନୁଯାୟୀ, ଏପର୍ଯ୍ୟନ୍ତ ସୁନା, ନଗଦ ଟଙ୍କା, ଜମି କାଗଜପତ୍ର , ବ୍ୟାଙ୍କ ପାସବୁକ୍ ଜବତ ହୋଇଛି । ଏଯାଏଁ ମୋଟ ସମ୍ପତ୍ତିର ଆକଳନ ଭିଜିଲାନ୍ସ ଟିମ୍ ପକ୍ଷରୁ କରାଯାଇନାହିଁ।

ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସର ଚାରୋଟି ଟିମ୍ ଏକକାଳୀନ ଏସବୁ ସ୍ଥାନରେ ଚଢାଉ କରିଥିବା ସୂଚନା।

Leave A Reply

Your email address will not be published.