Latest Odisha News

ଆରପାରିରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଏହି ପ୍ରସିଦ୍ଧ ହାସ୍ୟ ଅଭିନେତା

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଫିଲ୍ମର ପ୍ରସିଦ୍ଧ ହାସ୍ୟ ଅଭିନେତା ବେଣୁ ମାଧବଙ୍କର ବୁଧବାର ଦ୍ବିପ୍ରହର ୧୨ଟାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

ଏନେଇ ତାଙ୍କ ପରିବାରଲୋକ ଏବଂ ଡାକ୍ତରଙ୍କ ଠାରୁ ସୂଚନା ମିଳିଛି । ସୋସିଆଲ ମିଡିଆରେ ତାଙ୍କ ଫ୍ୟାନମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ଦିନରୁ ଲିଭର ଏବଂ କିଡନି ସମସ୍ୟାରେ ପୀଡ଼ିତ ଥିବାରୁ ବେଣୁଙ୍କୁ ସିକନ୍ଦରାବାଦର ଏକ ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଥିଲା। ଡାକ୍ତରମାନଙ୍କ ଆପ୍ରାଣ ଉଦ୍ୟମ ପରେ ମଧ୍ୟ ବେଣୁଙ୍କ ସ୍ୱାସ୍ଥ୍ୟରେ ବିଶେଷ କିଛି ଉନ୍ନତି ପାରିଲିଖିତ ହୋଇନଥିଲା । ତେଣୁ ତାଙ୍କୁ ଡାକ୍ତର ଖାନାରୁ ଡିସଚାର୍ଜ କରିଦିଆଯାଇଥିଲା।

ଏହା ପରେ ଗତକାଲି ତାଙ୍କ ଶରୀର ହଠାତ୍ ଅଧିକ ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। କିଛି ସମୟ ଭେଣ୍ଟିଲିଟରରେ ରଖିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ମୃତ୍ୟୁ ବେଳକୁ ମାତ୍ର ୩୯ବର୍ଷ ବୟସ ହୋଇଥିଲା।

ବେଣୁଙ୍କ ବିୟୋଗରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ଗଭୀର ଶୋକ ପ୍ରକାଶ କରିଥିବା ବେଳେ, ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକ ମାନେ ମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି ।

ବେଣୁ ମାଧବଙ୍କୁ ଶେଷ ଥର ଫିଲ୍ମ ‘ଡଃ ପରମାନନ୍ଦାଇୟା ଷ୍ଟୁଡେଣ୍ଟସ୍’ରେ ଦେଖାଯାଇଥିଲା। ତେଲୁଗୁ ସିନେମାର ଲୋକପ୍ରିୟ ହାସ୍ୟ ଅଭିନେତା ଭାବେ ସେ ସମସ୍ତଙ୍କ ହୃଦୟ ଜିତି ପାରିଥିଲେ। ତାଙ୍କର ଦୁଇଟି ସନ୍ତାନ ଅଛନ୍ତି।

Comments are closed.