Latest Odisha News

BREAKING NEWS

ରାଜ୍ୟରେ ଖସିଲା ପାରଦ, ତାତିରୁ ମିଳିଲା ଆଶ୍ବସ୍ତି

ଭୁବନେଶ୍ବର : କାଳବେଶାଖୀ ପ୍ରଭାବରେ ରାଜ୍ୟରେ କମିଛି ତାତି । ଫଳରେ ଅସହ୍ୟ ତାତିରୁ ଲୋକେ ଆଶ୍ବସ୍ତି ଲାଭ କରିଛନ୍ତି । ଆଜି ସାରା ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

ଆଜି ବାଲେଶ୍ବରରେ ତାପମାତ୍ରା ୩୩ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୫.୮, କଟକରେ ୩୬, ପାରାଦୀପରେ ୩୧.୭, ଭୁବନେଶ୍ବରରେ ୩୫.୮, ଗୋପାଳପୁରରେ ୩୨, ପୁରୀରେ ୩୩, ଅନୁଗୁଳରେ ୩୭.୧, ବାରିପଦାରେ ୩୬.୨, ଝାରସୁଗୁଡ଼ାରେ ୩୬.୬, କେନ୍ଦୁଝରରେ ୩୫.୨, ସମ୍ବଲପୁରରେ ୩୬.୫, ସୁନ୍ଦରଗଡ଼ରେ ୩୫.୫, ହୀରାକୁଦରେ ୩୬.୩, ତାଳଚେରରେ ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଭବାନୀପାଟଣାରେ ତାପମାତ୍ରା ୩୭ ଡିଗ୍ରୀ ଥିବା ବେଳେ, ବଲାଙ୍ଗିରରେ ୩୭.୫, କୋରାପୁଟରେ ୩୨.୬, ଫୁଲବାଣୀରେ ୩୮.୫, ଟିଟିଲାଗଡ଼ରେ ୩୮, ମାଲକାନଗିରିରେ ୩୮, ସୋନପୁରରେ ୩୬.୮, ଦାରିଙ୍ଗବାଡିରେ ୩୩, ନୟାଗଡ଼ରେ ୩୬, ବୌଦ୍ଧରେ ୩୮.୫, ଛତ୍ରପୁରରେ ୩୩.୩, ପାରଳାଖେମୁଣ୍ଡିରେ ୩୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Leave A Reply

Your email address will not be published.