Latest Odisha News

BREAKING NEWS

ମୃତଦେହ ପାଖ ମାଡିଲେନି ପରିବାର ଲୋକେ, ଭଞ୍ଜନଗର ଉପଜିଲ୍ଲାପାଳ କଲେ ଶବଶତ୍କାର

ଭଞ୍ଜନଗର: କରୋନା ଯୋଗୁଁ ଏପରି ଅବସ୍ଥା ହୋଇଛି ଯେ, ପର ତ ପର ବେଳେ ବେଳେ ଆପଣାର ଲୋକେ ବି ପର ହୋଇଯାଉଛନ୍ତି । ଏପରି ଏକ ଘଟଣା ଘଟିଛି ଭଂଜନଗର ଅଂଚଳରେ ।

ଗତ କାଲି ରାତିରେ କୋଭିଡ କେୟାର ସେଣ୍ଟର ବା ଡିସିଏଚସି ରେ, ଲଣ୍ଡେଇସାହି ଅଂଚଳର କାଳୀ ଚରଣ ସାହୁଙ୍କରର ମୃତ୍ୟୁ ହୋଇଥିଲା । ୬୫ ବର୍ଷୀୟ ଏହି ବୃଦ୍ଧଙ୍କର ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ଶବ ନେବାକୁ ଅମଙ୍ଗ ହୋଇଥିଲେ । ଫଳରେ ଦୀର୍ଘ ସମୟ ଧରି ମୃତଦେହ ସେପରି ପଡି ରହିଥିଲା ।

ଏହି ଖବର ଉପଜିଲ୍ଲାପାଳଙ୍କ ପାଖରେ ପହଞ୍ଚିବା ପରେ ନିଜେ ଉପଜିଲ୍ଳାପାଳ ରାଜେନ୍ଦ୍ର ମିଂଜ଼ ଶବ ସତ୍କାର ପାଇଁ ଆଗେଇ ଆସିଥିଲେ । ଏଥିରେ ତାଙ୍କୁ ସହାୟତା କରିଥିଲେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ଉପଜିଲ୍ଲାପାଳ କାର‌୍ୟ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ବିଶ୍ୱଜିତ ସେଠୀ, ଫକୀର ମୋହନ ସ୍ୱାଇଁ, କନିଷ୍ଠ ରାଜସ୍ବ ସହାୟକ ବଳରାମ ଜାନି ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ସୁରେନ୍ଦ୍ର ସେଠୀ । ମୃତଦେହକୁ ଶ୍ମଶାନକୁ ନେଇ ସତ୍କାର କରି ମାନବିକତାର ପରିଚୟ ଦେଇଛନ୍ତି ।

ଉପଜିଲ୍ଲାପାଳଙ୍କ ଏହି କାମକୁ ସବୁ ସ୍ତରରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.