Latest Odisha News

କଶ୍ମୀରରେ ତାପମାତ୍ରା -୫.୯ ଡିଗ୍ରୀ, ଜମିଗଲା ଜଳପ୍ରପାତ

ଶ୍ରୀନଗର : ଆଜିକାଲି ଜାମ୍ମୁ କଶ୍ମୀରରେ ଅତ୍ୟଧିକ ଥଣ୍ଡା ହେଉଛି। ଉପତ୍ୟକାର ଅନେକ ଅଞ୍ଚଳରେ ତାପମାତ୍ରା ଶୂନରୁ କମରେ ପହଞ୍ଚିଛି | ଜାମ୍ମୁ କଶ୍ମୀରର ରାଜଧାନୀ ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା -୫.୯ ଡିଗ୍ରୀ ହୋଇଗଲାଣି । ଯାହାକି ଏହି ସିଜନର ସବୁଠାରୁ ଶୀତ ରାତି ଥିଲା | ଉତ୍ତର କଶ୍ମୀରର ଟଙ୍ଗମର୍ଗର ଦ୍ରୁଙ୍ଗରେ ଏକ ଜଳପ୍ରପାତ ଜମିଯାଇଛି , ଏହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏକତ୍ରିତ ହେଉଛନ୍ତି ।

ପାଣିପାଗ ବିଭାଗ ଅନୁଯାୟୀ ଜାମ୍ମୁ କଶ୍ମୀରର ଅନେକ ଜିଲ୍ଲାରେ ଶୀତ ଲହରୀ ହେବାର ସମ୍ଭାବନା ରହିଛି, ଯେଉଁ କାରଣରୁ ଆଗାମୀ ଦିନରେ ତାପମାତ୍ରା ଆହୁରି ହ୍ରାସ ପାଇପାରେ। ଏହି ସପ୍ତାହରେ ଶ୍ରୀନଗରରେ ସର୍ବାଧିକ ତାପମାତ୍ରା ୭ ରୁ ୯ ଡିଗ୍ରୀ ସେଲସିୟସ ରହିପାରେ ଏବଂ ସର୍ବନିମ୍ନ ତାପମାତ୍ରା -୨ ରୁ -୪ ଡିଗ୍ରୀ ସେଲସିୟସ ରହିପାରେ ।

ଭାରତୀୟ ପାଣିପାଗ ଅନୁଯାୟୀ, ଡିସେମ୍ବର ୨୨ ରେ କଶ୍ମୀରର ଉଚ୍ଚ ସ୍ଥାନମାନଙ୍କରେ ହାଲୁକା ତୁଷାରପାତ ହେବାର ଆଶଙ୍କା ରହିଛି। କାଶ୍ମୀରରେ ପ୍ରବଳ ଥଣ୍ଡା ଯୋଗୁଁ ରାସ୍ତାରେ ଯାନବାହାନ ଚଳାଚଳ କମ୍ ହେଉଛି । ଏପଟେ, ଚିଲାଇ କାଲାନ୍ ୨୧ ଡିସେମ୍ବରରୁ ଆରମ୍ଭ ହେଉଛି । ଅର୍ଥାତ୍, ଶୀତଦିନର ୪୦ଦିନର ଲମ୍ବା ଅବଧିକୁ ଚିଲାଇ କାଲାନ୍ କୁହାଯାଏ, ଯାହା ଡିସେମ୍ବର ୨୧ ରୁ ଆରମ୍ଭ ହୋଇ ଜାନୁଆରୀ ୩୦ ରେ ଶେଷ ହେବ । ଏହି ଚିଲାଇ କାଲାନ୍ ବେଳେ ଅଧିକାଂଶ ଜଳାଶୟ ଜମିଯାଇଥାଏ ।

Comments are closed.