Latest Odisha News

BREAKING NEWS

ଆଗାମୀ ୪୮ ଘଣ୍ଟା ମଧ୍ୟରେ ବୃଦ୍ଧି ପାଇବ ରାଜ୍ୟର ତାପମାତ୍ରା

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଦିନ ଓ ରାତିର ତାପମାତ୍ରା ବୃଦ୍ଧି ପାଇବ ବୋଲି ଗୁରୁବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଉମା ଶଙ୍କର ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଆଗାମୀ ୨୪ଘଣ୍ଟା ତଥା ଶୁକ୍ରବାର ଯାଏଁ ବାଲେଶ୍ୱର, କଟକ, ଅନୁଗୁଳ, ସୋନପୁର ଓ ବୌଦ୍ଧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଶୀତ ଲହରୀ ଜାରି ରହିବ ।

ସେ ଆହୁରି ମଧ୍ୟ କହିଛନ୍ତ ଯେ ୪ଟି ପୂର୍ବବର୍ତ୍ତୀ ଜିଲ୍ଲା ଗୁଡିକରେ ତାପମାତ୍ରା ୨-୩ ଡିଗ୍ରୀ ହ୍ରାସ ଘଟିବ ଏବଂ ପରବର୍ତ୍ତୀ ସମୟରେ ଫେବୃଆରୀ ୧୫ ତାରିଖ ବେଳକୁ ରାଜ୍ୟର ତାପମାତ୍ରା ପାଖାପାଖି ୩-୫ ଡିଗ୍ରୀ ସେଲସିୟସ୍ ବୃଦ୍ଧି ହୋଇପାରେ ।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ବୌଦ୍ଧ (୯.୫), ଫୁଲବାଣୀ (୮.୮) ଓ ଅନୁଗୁଳ (୯) ରହିଥିଲା ।

ଏହାବ୍ୟତିତ ବାଲେଶ୍ୱର (୧୨.୧), ଚାନ୍ଦବାଲି (୧୩.୮), କଟକ (୧୨.୬), ଭୁବନେଶ୍ୱର (୧୨.୮), ଝାରସୁଗୁଡା (୧୧.୨), ସୁନ୍ଦରଗଡ (୧୧.୬), ସମ୍ବଲପୁର (୧୧.୮), ହୀରାକୁଦ (୧୨.୮), ତାଳଚେର (୧୨.୩), ଭବାନୀପାଟଣା (୧୨), ବଲାଙ୍ଗୀର (୧୩), କୋରାପୁଟ (୧୨), ଟିଟିଲାଗଡ(୧୦), ମାଲକାନଗିରି (୧୪), ଦାରିଙ୍ଗିବାଡି (୧୧) ଏବଂ ରାୟଗଡା (୧୩.୫) ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା ।

Comments are closed.