Latest Odisha News

BREAKING NEWS

ଭୁଶୁଡିଲା ଫୁଟ୍ ଓଭରବ୍ରିଜ୍‌, ୬ ଆହତ

ଭୋପାଲ: ମଧ୍ୟପ୍ରଦେଶ ଭୋପାଲ ରେଲୱେ ଷ୍ଟେସନ୍‌ରେ ବଢ ଧରଣର ଅଘଟଣ । ଫୁଟ୍ ଓଭରବ୍ରିଜ୍ ଭୁଶୁଡି ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ଲାର୍ଟ ଫର୍ମ ନମ୍ବର-୩ରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ରେଳ କର୍ମଚାରୀ ଓ ଉଦ୍ଧାରକାରୀ ଦଳ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏହି ଦୁର୍ଘଟଣା ପରେ ଷ୍ଟେସନରେ ଲୋକେ ଭୟଭିତ ହୋଇପଡିଛନ୍ତି ।

ସୂଚନା ଯୋଗ୍ୟ, କିଛି ଦିନ ପୂର୍ବେ କେନ୍ଦ୍ର ରେଳମନ୍ତ୍ରୀ ପିୟୁଶ ଗୋୟଲ ଭୋପାଲ ଷ୍ଟେସନର କିଛି ଫଟୋ ସେୟାର କରିଥିଲେ । ଯାହା ଷ୍ଟେସନର ସୌନ୍ଦର୍ଯ୍ୟକୁ ଦର୍ଶାଉଥିଲା । ଏବେ ଏହାର ଫୁଟ୍ ଓଭର ବ୍ରିଜ୍ ଖସି ପଡିବା ନେଇ ପ୍ରଶ୍ନବାଚୀ ସୃଷ୍ଟି କିରଛି । ଏହା ପୂର୍ବରୁ ମଧ୍ୟ ଗତବର୍ଷ ମୁମ୍ବାଇର ଏକ ରେଲୱେ ଷ୍ଟେସନର ଓଭର ବ୍ରିଜ୍ ଭୁଶୁଡି ପଡିଥିଲା । ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.