Latest Odisha News

ରାଜ୍ୟରେ କାଳବୈଶାଖୀ ପ୍ରଭାବ, ୮ ଜିଲ୍ଲାରେ କୂଆପଥର ବର୍ଷା

ଭୁବନେଶ୍ୱର : ବଦଳିଛି ପାଣିପାଗ । ଗ୍ରୀଷ୍ମକୋପରୁ ଆଶ୍ୱସ୍ତି ଆଣିଦେଇଛି କାଳବୈଶାଖୀ। କିଛି ଦିନର ଅସହ୍ୟ ତାତି ପରେ କାଳବୈଶାଖୀ ଆଶ୍ୱସ୍ତି ଆଣିଦେଇଛି । ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ସହ ବର୍ଷା ହୋଇଛି । ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି ।

ତେବେ ଆସନ୍ତା ଦୁଇ ତିନି ଦିନ ପାଣିପାଗରେ ଏଭଳି ପରିବର୍ତ୍ତନ ଦେଖାଦେବ । ପାଗ କୋହଲା ରହିବା ସହ କାଳବୈଶାଖୀ ସମ୍ଭାବନା ରହିଛି । ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ସହ ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଜଳିକ ପାଣିପାଗ ବିଭାଗ । ଘଣ୍ଟାପ୍ରତି ପବନର ବେଗ ୪୦ରୁ ୫୦ କିଲୋମିଟର ରହିଛି  । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଆଦି ୧୮ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିଭଳି ଢେଙ୍କାନାଳ, ବୌଦ୍ଧ, କଟକ, ଯାଜପୁର, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଆଦି ୮ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ବର୍ଷା ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ଏହି ୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

ଆଜି ପାଇଁ ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଝଡ଼ ବର୍ଷା ନେଇ ୧୮ ଜିଲ୍ଲାକୁ ଝଡ଼ ବର୍ଷା ନେଇ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦିଆଯାଇଛି । ଏସବୁ ଜିଲ୍ଲାର ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୭ ଜିଲ୍ଲା ବୌଦ୍ଧ, କଟକ, ଯାଜପୁର, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟରେ କୁଆପଥର ମାଡ଼ ହେବାର ସମ୍ଭାବନା ରହଛି । ଆସନ୍ତାକାଲି ଅଧିକ ରହିବ କାଳବୈଶାଖୀ ପ୍ରଭାବ । ଝଡ଼ ବର୍ଷା ନେଇ କାଲି ପାଇଁ ୨୧ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । 

Comments are closed.