ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା। ଗତ କିଛିଦିନ ତଳେ ବର୍ଷା ଯୋଗୁଁ ରାଜ୍ୟର ଅନେକ ଅଞ୍ଚଳରେ ଥଣ୍ଡା ଅନୁଭୁତ ହୋଇଥିଲା । ଏବେ ପୁଣି ରାଜ୍ୟରେ ଗ୍ରୀଷ୍ମ ଉତ୍ତାପ କ୍ରମଶଃ ବଢ଼ିବାରେ ଲାଗିଛି । ଗତକାଲି ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ ୫ଟି ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଥିବା ଜଣାପଡିଛି।
ଆଜି ୩ଟି ସହରରେ ୩୮ ଡିଗ୍ରୀ ସେଲ୍ସିୟସ ଛୁଇଁଲା ଦିନର ସର୍ବୋଚ୍ଚ ତାପମାତ୍ରା। ବଲାଙ୍ଗୀର ରେ ସର୍ବାଧିକ ୩୮.୫ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ରେ ୩୮.୨ ଡିଗ୍ରୀ ଏବଂ ମାଲକାନଗିରିରେ ୩୮ ଡିଗ୍ରୀ ସେଲ୍ସିୟସ ତାପମାତ୍ରା ରେକର୍ଡ କରାଯାଇଛି।
ଆଗାମୀ ୪ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ୩ରୁ ୪ ଡ଼ିଗ୍ରୀ ଯାଏଁ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ଥିବାବେଳେ, ମାର୍ଚ୍ଚ ଶେଷ ବେଳକୁ କିଛି ଜିଲ୍ଲାରେ ୪୦ ଡିଗ୍ରୀ ସେଲସିୟସ ଛୁଇଁବା ସମ୍ଭାବନା ରହିଛି। ସେହିପରି ରାତି ତାପମାତ୍ରା ମଧ୍ୟ ୨ ରୁ ୩ ଡିଗ୍ରୀ ସେଲସିୟସ ବଢିପାରେ। ଏଥିସହିତ ଆସନ୍ତାକାଲି ଏବଂ ମଙ୍ଗଳବାର ରାଜ୍ୟର ୪-୫ଟି ଜିଲ୍ଳାରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
Comments are closed.