Latest Odisha News

BREAKING NEWS

୩୫ ଛୁଇଁଲା ରାଜଧାନୀ ତାତି

ଭୁବନେଶ୍ବର: ଏବେଠୁ ଡରାଇଲାଣି ତାତି । ଫେବୃଆରୀରେ ତାପମାତ୍ରାରେ ରେକର୍ଡ କରୁଛି ବିଭିନ୍ନ ସହର । ଚଳିତ ବର୍ଷ ପ୍ରଥମ ଥର ୩୫ ଡିଗ୍ରୀ ଛୁଇଁଛି ରାଜଧାନୀ ଭୁବନେଶ୍ବର ତାତି । ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଛି ।

ସେପଟେ ଏବେ ପର୍ଯ୍ୟନ୍ତ ସବୁଠୁ ଉତପ୍ତ ସହରର ଭାରେ ରହିଛି ଝାରସୁଗୁଡା । ଚଳିତ ବର୍ଷ ପ୍ରଥମ ଥର ପାଇଁ ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଛି । ଏହାବ୍ୟତୀତ ଭଦ୍ରକରେ ୩୬.୨, ବଲାଙ୍ଗୀରରେ ୩୬, ଅନୁଗୁଳରେ ୩୫.୭, ଭବାନୀପାଟଣା, ପାରଳାଖେମୁଣ୍ଡି ଓ ଟିଟିଲାଗଡ଼ରେ ୩୫.୫, ଭୁବନେଶ୍ବରରେ ୩୪.୮ ଓ ଖୋର୍ଦ୍ଧାରେ ୩୪ ଡିଗ୍ରି ଲେଖାଏଁ ରହିଥିଲା । ଆଉ ଗତକାଲି ରାତିର ତାପମାତ୍ରା ମଧ୍ୟ ସ୍ବାଭାବିକ ଠାରୁ ବହୁ ଅଧିକ ରହିଥିଲା ।

ଏହାକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆଗାମୀ ୪ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ଏବଂ ପରବର୍ତ୍ତୀ ସମୟରେ ରାତି ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ।

Comments are closed.