Latest Odisha News

BREAKING NEWS

Weather Updat: ରାଜ୍ୟରେ ପୁଣି ତାପମାତ୍ରା ହ୍ରାସ, ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ରାଜ୍ୟରେ ପାରଦ ଖସୁଛି । ଫଳରେ ଶୀତର ପ୍ରକୋପ ବଢିବ । ରାତି ତାପମାତ୍ରା ୨ଦିନ ଭିତରେ ୨ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ । ପୁଣି ଥରେ ରାଜ୍ୟକୁ ଉତ୍ତର ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ଆରମ୍ଭ ହୋଇଛି । ଯାହା ଫଳରେ ରାଜ୍ୟର ଅନେକ ସ୍ଥାନରେ ଶୀତ ବଢ଼ିବା ସହ ଅନେକ ସ୍ଥାନରେ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିଛି ।

ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ଝାରସୁଗୁଡା ରେ ୧୦.୯ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ରାଉରକେଲାରେ ୧୨, କେନ୍ଦୁଝର ୧୨.୮, ସମ୍ବଲପୁର ୧୪.୪, ବାଲେଶ୍ୱର ୧୫.୩, ଭୁବନେଶ୍ୱର ୧୫.୮, ଚାନ୍ଦବାଲି ୧୬.୬, ପୁରୀ ୧୮.୯ ରେକର୍ଡ କରାଯାଇଛି ।

ପ୍ରବଳ ଶୀତରେ ଥରୁଛି ଶିମିଳିପାଳ । ସର୍ବନିମ୍ନ ତାପମାତ୍ରା ୪° ଡିଗ୍ରୀକୁ ଖସିଲା । ଶିମିଳିପାଳର ଆଭ୍ୟନ୍ତରୀଣ ଏବଂ ପାଦଦେଶରେ ଥିବା ଯଶିପୁର, ଠାକୁରମୁଣ୍ଡା, କରଞ୍ଜିଆ, ରରୁଆଁ ଓ ଶୁକୃଳି ବ୍ଲକ ଅଞ୍ଚଳରେ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି ।

Leave A Reply

Your email address will not be published.