Latest Odisha News

BREAKING NEWS

୪ ଡିଗ୍ରୀରେ ଥରୁଛି ଜି.ଉଦୟଗିରି : ୧୦ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ଅସହ୍ୟ ଶୀତ  । ପ୍ରବଳ ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ କିଏ ସକାଳୁ ବ୍ୟାୟାମ କରୁଛି ତ କିଏ ନିଆଁ ପୁଇଁ ହେଉଛି  । ଚା ଖଟିରେ ମଧ୍ୟ ପ୍ରବଳ ଭିଡ ଦେଖିବାକୁ ମିଳୁଛି ।  ଆଜି ୧୦ ଡିଗ୍ରୀ ତଳେ ରହିଛି ୧୬ ସହର  । ୪ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଛି ।

ସିମିଳିଗୁଡା ୫.୭ , ଫୁଲବାଣୀ ୬.୫ , କିରେଇ ୬.୬ , କୋରାପୁଟ ୭.୬ , ଅନୁଗୁଳ ଓ ଦାରିଙ୍ଗବାଡିରେ ୮ ଡିଗ୍ରୀ , ରାଉରକଲାରେ ୮.୩ , କେନ୍ଦୁଝର ୮.୪ , ଝାରସୁଗୁଡା ୮.୬ , ଭବାନୀପାଟଣା, ଝାରସୁଗୁଡା ଓ ନବରଙ୍ଗପୁରରେ ୯ ଡିଗ୍ରୀ , ରାଣୀତାଲ ୯.୧ , ସୋନପୁର ୯.୭ ଓ ବଲାଙ୍ଗୀରରେ ୧୦ ଡିଗ୍ରୀ , ଭୁବନେଶ୍ବରରେ ୧୨.୪ ଓ କଟକରେ ୧୨.୮ ତାପମାତ୍ରା ରେକର୍ଡ ହୋଇଛି ।

Leave A Reply

Your email address will not be published.