ଭୁବନେଶ୍ୱର: ଆସନ୍ତା ତିନି ଦିନ ନିଆଁର ବର୍ଷା। ଆଜିଠୁ ପୁଣି ଜାଳିବ ଖରା। ଜଳିବ ପଶ୍ଚିମ ଓଡ଼ିଶା। ଅସମ୍ଭାଳ ହେବ ତାତି। ଆଜିଠୁ ୩ ଦିନ ପାଇଁ ହିଟ ୱେଭ ୱାର୍ଣ୍ଣି । ବିଭିନ୍ନ ସ୍ଥାନରେ ୪୧ ଡିଗ୍ରୀ ଛୁଇଁବ ତାପମାତ୍ରା। ଆଜି ୨ ଜିଲ୍ଲା ସମ୍ବଲପୁର ଓ ବୌଦ୍ଧକୁ ଗ୍ରୀଷ୍ମପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
୪୦ ଡିଗ୍ରୀ ଡେଇଁଲା ୮ ସହରର ପାରଦ। ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୪ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗୀରରେ ୪୦.୮, ବୌଦ୍ଧରେ ୪୦.୫, ସୋନପୁରରେ ୪୦.୨, ହୀରାକୁଦରେ ୪୦.୧, ସମ୍ବଲପୁର, ପାରଳାଖେମୁଣ୍ଡି, ଟିଟିଲାଗଡ଼ରେ ୪୦ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ବର ତାପମାତ୍ରା ୩୮.୫ ଡିଗ୍ରିରେ ପହଞ୍ଚିଛି । ଆସନ୍ତା ୩ ଦିନ ମଧ୍ୟରେ ଉଭୟ ଦିନ ଓ ରାତିର ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବା ସହ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ।
ସେହିପରି ୨୯ରେ ଝାରସୁଗୁଡ଼ା, ସମ୍ବଲପୁର,ସୋନପୁର, ବୌଦ୍ଧ, ବଲାଙ୍ଗିର ଏବଂ କଳାହାଣ୍ଡିକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି। ୩୦ରେ ୮ ଜିଲ୍ଲାକୁ ହିଟୱେଭ ନେଇ ୟେଲୋ ଆର୍ଲଟ। ଆସନ୍ତାକାଲି ଓ ୩୦ ତାରିଖରେ ବଲାଙ୍ଗିରରେ ୪୩ ଡିଗ୍ରୀ ଛୁଇଁପାରେ ତାପମାତ୍ରା। ତେବେ ୩୦ ତାରିଖ ପରେ ପାରଦ ୨ ଡିଗ୍ରୀ ଖସିପାରେ। ୨ ତାରିଖ ବେଳକୁ କିଛି ସ୍ଥାନରେ ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
Comments are closed.