Latest Odisha News

BREAKING NEWS

ରାତିରେ କମିବ, ଦିନରେ ବଢ଼ିବ ତାପମାତ୍ରା: ଫେବୃଆରୀରେ ଏପ୍ରିଲ-ମେ’ର ଅନୁଭୂତି!

ଭୁବନେଶ୍ୱର: ରାତିରେ ଶୀତ, ଦିନରେ ଖରା। ଏପରି କିଛି ସ୍ଥାନରେ ଅନୁଭୂତ ହେବ ତାପମାତ୍ରା। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ରାତିରୁ ୨ ଦିନ ଯାଏ ପାରଦ ପାଖାପାଖି ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବ। ତେଣୁ କିଛି ସ୍ଥାନରେ ହାଲୁକା ଶୀତ ଅନୁଭୁବ ହେବ।

ଅନ୍ୟପଟେ ରାଜ୍ୟରେ ଦିନର ତାପମାତ୍ରା ରେକର୍ଡ କରିବ ବୋଲି ଅନୁମାନ କରାଯାଇଛି। ଫେବୃଆରୀରେ ଏପ୍ରିଲ-ମେ’ ଭଳି ସକାଳ ତାପମାତ୍ରା ରହିଛି ରାଜଧାନୀରେ। ସକାଳ ୮ଟାରେ ଏହି ସମୟରେ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୩୨ଡିଗ୍ରୀ ରହିବା କଥା। କିନ୍ତୁ ଏବେ ଏହା ଅଧିକ ୫.୫ ଡିଗ୍ରୀ ରହିଛି। ତେଣୁ ମାର୍ଚ୍ଚରେ ପାରଦ ୪୨ରୁ ୪୩ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ୧୯୬୩ ଫେବ୍ରୁଆରି ୨୩ ତାରିଖରେ ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ୪୨.୭ ଡିଗ୍ରୀ ରେକର୍ଡ ହୋଇଥିଲା। ଏହାକୁ ସର୍ବକାଳୀନ ରେକର୍ଡ ବୋଲି କୁହାଯାଇପାରେ। ଏବେ ରାଜଧାନୀର ତାପମାତ୍ରା ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ୩୫ ଡିଗ୍ରୀ ପାଖାପାଖି ରହିବ। ୨୦୧୬ ଫେବ୍ରୁଆରି ୨୦ ତାରିଖରେ ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ୪୦.୯ଡିଗ୍ରୀ ରେକର୍ଡ ହୋଇଥିଲା। ରବିବାର ରାଜଧାନୀରେ ତାପମାତ୍ରା, ୩୬ ଡିଗ୍ରୀ ରେକର୍ଡ ହୋଇଛି। ଶନିବାର ଏହାର ତାପମାତ୍ରା ୩୭.୪ ଡିଗ୍ରୀ ଥିଲା। ଗତବର୍ଷ ଫେବ୍ରୁଆରିରେ ରାଜଧାନୀର ତାପମାତ୍ରା ୨୮ରୁ ୨୯ ଡିଗ୍ରୀ ମଧ୍ୟରେ ରହିଥିଲା। ସେହିପରି ମହାରାଷ୍ଟ୍ର ଆଦି ରାଜ୍ୟରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଛି।

ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ସହରୀକରଣ ଭଳି ପ୍ରସଙ୍ଗ ରାଜଧାନୀ ତାପମାତ୍ରା ବୃଦ୍ଧିର ଅନ୍ୟତମ କାରଣ। ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଯୋଗୁଁ ଦିନରେ ସୂର୍ଯ୍ୟକିରଣ ପ୍ରଖର ରହୁଛି ଓ ତାପମାତ୍ରା ବଢ଼ୁଛି। ଆଗକୁ ଆହୁରି ତାପମାତ୍ରା ବଢ଼ିପାରେ।

 

 

Leave A Reply

Your email address will not be published.