Latest Odisha News

BREAKING NEWS

Weather Update: ଆସନ୍ତା ୫ଦିନ ମଧ୍ୟରେ ୩ଡିଗ୍ରୀ ବଢ଼ିବ ତାପମାତ୍ରା, ଆହୁରି କମିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ଅନେକ ସ୍ଥାନରେ କମିଛି ଶୀତର ପ୍ରକୋପ । ବର୍ତ୍ତମାନ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଆଦି ଜିଲ୍ଲା ଗୁଡିକରେ ଶୀତ ଅନୁଭୂତ ହେଉଛି । ଆସନ୍ତା ୫ଦିନ ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଥିବାବେଳେ, ଏହାର ପ୍ରକୋପରେ ଆଗକୁ ଆହୁରି ଶୀତ ପ୍ରଭାବ କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ସେପଟେ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ବୁଧବାର ସକ୍ରିୟ ରହିଛି । ଏହା ପ୍ରଭାବରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପାଣିପାଗ ଧୀରେ ଧୀରେ ବଦଳିବାର ଆଶଙ୍କା ରହିଛି । ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ତେବେ ରାଜ୍ୟରେ ବର୍ଷାର କୌଣସି ତଭୟ ନାହିଁ । ଆସନ୍ତା ୨୫ ତାରିଖ ଯାଏଁ ପାଗ ଶୁଖିଲା ରହିବ ।

ଗତ ୨୪ଘଣ୍ଟାରେ ଘୁ.ଉଦୟଗିରିରେ ପାରଦ ୭.୩ ଡିଗ୍ରୀ ଥିବାବେଳେ ଫୁଲବାଣୀରେ ୧୦.୫, ଦାରିଙ୍ଗବାଡ଼ିରେ ୧୨.୫, ସେମିଳିଗୁଡ଼ାରେ ୧୦.୫, ରାଉରକେଲାରେ ୧୦.୭, ସୁନ୍ଦରଗଡ଼ରେ ୧୨.୮, ଝାରସୁଗୁଡ଼ାରେ ୧୧.୨, ଭୁବନେଶ୍ବରରେ ୧୬.୧ ଏବଂ କଟକରେ ୧୫.୬ ଡିଗ୍ରୀ ରହିଛି ।

ବୁଧବାର ସକାଳେ କୋରାପୁଟ ଏବଂ ପାରାଦ୍ବୀପରେ କୁହୁଡ଼ି ଦୃଶ୍ୟମାନ ହୋଇଥିବା ବେଳେ ଗୁରୁବାର ସକାଳେ କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲ୍ଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣ କୁହୁଡ଼ି ଦୃଶ୍ୟମାନ ହେବା ସମ୍ଭାବନା ରହିଛି ।

Leave A Reply

Your email address will not be published.