Latest Odisha News

ମହାପ୍ରସାଦ ଅନଲାଇନରେ ବିକ୍ରି ନେଇ ଶ୍ରୀମନ୍ଦିର ପ୍ରଶାସନ ରାଜି ନାହାନ୍ତି: ମନ୍ତ୍ରୀ

ଭୁବନେଶ୍ବର: ଅନଲାଇନରେ ମହାପ୍ରସାଦ ବିକ୍ରି ନେଇ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ମହାପ୍ରସାଦର ପବିତ୍ରତା ଭିନ୍ନ ଅଟେ । ଏହାକୁ ସାଙ୍ଗରେ ନେବା ସମୟରେ ଏହାର ପବିତ୍ରତା ଅକ୍ଷୁର୍ଣ୍ଣ ରହିବ କି ନାହିଁ ସେନେଇ ସନ୍ଦେହ ଆମ ଭିତରେ ଅଛି ।

ନିକଟ ଅତୀତରେ କିଛି ସଂସ୍ଥା ତରଫରୁ ମହାପ୍ରସାଦ ଓ ଶୁଖିଲା ଭୋଗକୁ ଅନଲାଇନରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମନ୍ଦିର ପ୍ରଶାସନକୁ ଅନୁରୋଧ କରାଯାଇଥିଲା । ଅନଲାଇନ ବିକ୍ରି ପାଇଁ କିଛି ଉଦ୍ୟମ ଆରମ୍ବ ହୋଇଥିଲା କିନ୍ତୁ ଏଥିପାଇଁ ସରକାର ଏବଂ ମନ୍ଦିର ପ୍ରଶାସନ ରାଜି ନାହାନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ପ୍ରଦାନ କରିଛନ୍ତି ।

ସବୁ ମନ୍ଦିରକୁ ଆଇନ ମନ୍ତ୍ରୀ ଅପିଲ କରି ହୋଟେଲ ଖାଦ୍ୟ ଭଳି ପ୍ରସାଦକୁ ଅନଲାଇନରେ ବିକ୍ରି କରନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି । ପୁରୀ ଆସି ମହାପ୍ରସାଦର ସୌଭାଗ୍ୟ ପ୍ରାପ୍ତ ହୁଅନ୍ତୁ । ମହାପ୍ରସାଦକୁ ଅନଲାଇନରେ ବିତରଣ କରିବା ଭଳି ଯୋଜନା ନାହିଁ ।

Comments are closed.