ପୁରୀ : ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ହୋଇଥିବାରୁ ବଡ ଧରଣର ବନ୍ୟାର ବିଭୀଷିକା ଦେଖିବାକୁ ମିଳୁଛି । କେଉଁଠି ପୋଲ ଉପରେ ପାଣି ଚାଲୁଛି ତ କେଉଁଠି ନଦୀ ବନ୍ଧ ଭାଙ୍ଗି ଗାଁ ବୁଡିଲାଣି । ଅନେକ ଧନ ଜୀବନ ନଷ୍ଟ ହେବାର ଖବର ଆସୁଛି । ପୁରୀ ଜିଲ୍ଲା କୁଶଭଦ୍ରା ନଦୀ ବନ୍ୟା ଜଳରେ ବୁଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ହୋଇଥିବା ବ୍ୟକ୍ତି ହେଉଛନ୍ତି ଅଡଙ୍ଗେଇ ପୀଠ ପୂଜକ । ମୃତକ ହେଉଛନ୍ତି ଗୋପ ଥାନା ଅନ୍ତର୍ଗତ ଶୋଳପୁର ଗ୍ରାମର କବିରାଜ ପଣ୍ଡା ବୋଲି ଜଣାପଡିଛି। ସୂଚନା ଥାଉକି ଆଜି ସକାଳେ ଗୋପ ଥାନା ଅନ୍ତର୍ଗତ ଶୋଳପୁର ଗ୍ରାମର ,ମା ଅଡଙ୍ଗେଇ ପୀଠ ପୂଜକ କବିରାଜ ପଣ୍ଡା ସକାଳୁ ନଦୀକୁ ସ୍ନାନ କରିବାକୁ ଯାଇଥିବା ବେଳେ ବନ୍ୟା ଜଳ ସ୍ରୋତରେ ଭାସି ଯାଇଥିଲେ। ଫଳରେ ବନ୍ୟା ଜଳରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏହି ଘଟଣା ପରେ ଗ୍ରାମରେ ଶୋକାକୋଳ ପରିବେଶ ଖେଳି ଯାଇଛି। ତେବେ ତାଙ୍କ ପରିବାର ବର୍ଗ ଭରଣପୋଷଣ କିଭଳି ହେବ ସେ ନେଇ ହତାଶ ହୋଇ ପଡିଛନ୍ତି କବିରାଜ ଙ୍କ ପରିବାର ଲୋକେ। ମାନବିକତା ଦୃଷ୍ଟି କୋଣରୁ ତୁରନ୍ତ ସରକାରୀ ସାହାର୍ଯ୍ୟ ସହ ପରିବାରଙ୍କୁ କ୍ଷତିପୂରଣ ଦେବା ପାଇଁ ଷୋଳପୁର ଗ୍ରାମବାସୀ ଦାବି କରିଛନ୍ତି।
BREAKING NEWS
- ଆଦିବାସୀ ମେଳା ଉଦଘାଟିତ; ଆଦିବାସୀ ଶିକ୍ଷିତ, ସଚେତନ ହୁଅନ୍ତୁ କହିଲେ ମୁଖ୍ୟମନ୍ତ୍ରୀ
- HIL 2026: ୨ୟ ଥର ପାାଇଁ ଚମ୍ପିଆନ ହେଲା କଳିଙ୍ଗ ଲାନ୍ସର୍ସ, ବ୍ରୋଞ୍ଚ ଜିଣିଲା ତୁଫାନ୍ସ
- ଶ୍ରୀକ୍ଷେତ୍ର ଅନୁରାଗ ସାହିତ୍ୟ ସଂସଦର ପ୍ରଥମ ଅନୁରାଗ ଉତ୍ସବ ପାଳିତ
- ଗଣତନ୍ତ୍ର ଦିବସରେ ଅଘଟଣ; ଜାତୀୟ ପତାକା ଅବତରଣ ବେଳେ ବିଦ୍ୟୁତ୍ ଆଘାତରେ ଛାତ୍ର ମୃତ
- Bangladesh Tribunal: ବାଂଲାଦେଶର ପୂର୍ବତନ ପୋଲିସ ମୁଖ୍ୟଙ୍କ ସହ ଅନ୍ୟ ଦୁଇ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ
- ସାଧାରଣତନ୍ତ୍ର ଦିବସ: ୪୨ ଜଣଙ୍କୁ ରାଜ୍ୟସ୍ତରୀୟ ପୋଲିସ ମେଡାଲ୍ ପ୍ରଦାନ
- “ମଦର ଅଫ ଅଲ ଡିଲ” ପୂର୍ବରୁ ଭାରତକୁ ପ୍ରଶଂସା କଲେ ଇୟୁ ରାଷ୍ଟ୍ରପତି
- ଦେବଗଡ଼ରେ ଲଜ୍ଜା! ୫ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ
- Suspected gang war: ଭାରତୀୟ ବଂଶୋଦ୍ଭବ ଯୁବକଙ୍କୁ ଗୁଳି କରି ହତ୍ୟା; ଗ୍ୟାଙ୍ଗ ୱାର ସନ୍ଦେହ…
- ଏହି ସବୁ ସମସ୍ୟା ନେଇ ଫେବ୍ରୁଆରୀ ୨ରୁ ୧୭ ଯାଏଁ ପ୍ରତିଟି ଜିଲ୍ଲାରେ ବିକ୍ଷୋଭ କରିବ ବିଜେଡି
Comments are closed.