Latest Odisha News

BREAKING NEWS

ଗଞ୍ଜାମରେ ଡିସେମ୍ବର ଯାଏଁ ଖୋଲିବନି ମନ୍ଦିର

ଗଞ୍ଜାମ: ଆହୁରି ମାସେ ଯାଏଁ ଗଂଜାମରେ ଖୋଲିବନି ମନ୍ଦିର । ଭକ୍ତ ପାଇଁ ମନ୍ଦିର ବନ୍ଦ ରହିବ । କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଡିସେମ୍ବର ପହିଲା ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବ । ଜିଲ୍ଲାବାସୀଙ୍କୁ ସତର୍କତା ଏବଂ ସଚେତନତା ସୃଷ୍ଟି ଦିଗରେ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ବ୍ଲକ୍‌ ସ୍ତରୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ଅଧିକାରୀ ପର୍ଯ୍ୟନ୍ତ ଭିଡିଓ କନଫରେନ୍‌ସିଂ ଜରିଆରେ ଆଲୋଚନା କରି ଏହା କହିଛନ୍ତି।

ସେହିପରି ବର୍ତ୍ତମାନ ବଣଭୋଜିର ସମୟ । ତେଣୁ ବଣଭୋଜିରେ ଅତ୍ୟଧିକ ଗହଳି ଓ ନାଚଗୀତକୁ ବାରଣ କରାଯାଇଛି । ପିକନିକ୍‌ ସ୍ଥାନକୁ ସ୍ୱଳ୍ପ ଲୋକଯାଇ ସେଠାକାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ଏହି କାର୍ଯ୍ୟରେ ତହସିଲଦାରଗଣ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ଜିଲ୍ଲାରେ ଥିବା ୨୪ ଗୋଟି ଆହାର କେନ୍ଦ୍ର ଆଜିଠାରୁ ଆରମ୍ଭ କରାଯାଇଛି। ଆହାର କେନ୍ଦ୍ର ନିକଟରେ ଜଣେ ସ୍ୱାସ୍ଥ୍ୟ କର୍ମୀ ମୁତୟନ କରି ତଥ୍ୟ ସଂଗ୍ରହ ନିମନ୍ତେ ରେଜିଷ୍ଟର୍‌, ଅକ୍ସି ମିଟର, ଥର୍ମାଲ୍‌ ସ୍କ୍ରିନିଂ ଯନ୍ତ୍ର ରଖିବାକୁ କୁହାଯାଇଛି।

ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଯେ ପର୍ଯ୍ୟନ୍ତ ଟିକା କିମ୍ବା ଔଷଧ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ନାହିଁ, ସେ ପର୍ଯ୍ୟନ୍ତ ପ୍ରଥମେ ସଚେତନତା କରାଯିବ ଏବଂ ଦ୍ଵିତୀୟରେ ଚଢାଉ କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.