ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜଧାନୀ ଭୁବନେଶ୍ୱରରେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଅସ୍ଥାୟୀ କ୍ୱାରେନଟାଇନ୍ ସେଂଟର ଖୋଲିବାକୁ ସମସ୍ତ ମୁନସିପାଲ କମିଶନରଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୨୫ଟି ସ୍ଥାନକୁ କ୍ୱାରେନଟାଇନ କେନ୍ଦ୍ର ପାଇଁ ଚିହ୍ନଟ କରାଯାଇଛି । ରାଜଧାନୀର ବିଭିନ୍ନ ସ୍କୁଲ, ଯାତ୍ରୀ ନିବାସ, କମୁ୍ୟନିଟି ସେଂଟର, କଲ୍ୟାଣ ମଣ୍ଡପ, ବିଜେପି କଲେଜର ଆର୍ଟସ ବ୍ଲକ, ଏକାମ୍ର କଲେଜରେ କ୍ୱାରେନ୍ଟାଇନ୍ ସେଂଟର ଖୋଲିବାକୁ ଚିହ୍ନଟ କରାଯାଇଛି ।
ୱାର୍ଡ ଅଫିସରମାନେ କେନ୍ଦ୍ର ଗୁଡିକର ତଦାରଖ କରିବେ । ସେମାନଙ୍କୁ ‘ସ୍ୱଚ୍ଛ ସାଥୀ’ ସ୍ୱଚ୍ଛତାରେ ସହଯୋଗ କରିବେ । ଏସବୁ କେନ୍ଦ୍ରଗୁଡିକରେ ବିଦ୍ୟୁତ୍ ସଂଯୋଗ ସହ ଡିଜି ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଏଥିସହିତ ଏସବୁ କେନ୍ଦ୍ରଗୁଡିକୁ ସ୍ୱଚ୍ଛ ଓ ପରିଷ୍କାର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଜୋନାଲ ଡେପୁଟୀ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
BREAKING NEWS
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ନିହତ, ଅନେକ ଅତ୍ୟାଧୁନିକ ବନ୍ଧୁକ ଜବତ
- ୩ଟି ମ୍ୟାଚ ବଦଳାଇ ଦେଇପାରେ ଶ୍ରେୟାଶଙ୍କ ଭାଗ୍ୟ
- SRK Viral Video: ମଞ୍ଚ ଉପରେ ଶାହରୁଖ ଖାନଙ୍କ ସହ ଏକ ସେଲଫି ନେବାକୁ ଚାହୁଁଥିଲେ ପ୍ରଶଂସକ, କିନ୍ତୁ ହାତରୁ ଫୋନ୍ ଛଡ଼ାଇ ନେଇ କିଛି ଏପରି କଲେ କିଙ୍ଗ ଖାନ୍… ଆରମ୍ଭ ହୋଇଗଲା ଚର୍ଚ୍ଚା…
- ଅନ୍ତର୍ଜାତୀୟ ନିଶା କାରବାରରେ ଓଡ଼ିଶା ଲିଙ୍କ୍, ୭ ରାଜ୍ୟର ୨୬ଟି ସ୍ଥାନରେ ଇଡିର ରେଡ୍
- ବନ୍ଦ ଘରୁ ୫ ଜଣଙ୍କର ମୃତଦେହ ଉଦ୍ଧାର
- ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା; କର୍ଣ୍ଣାଟକର ଡିଜିପି ରାଙ୍କ ଅଫିସର ନିଲମ୍ବିତ…
- Republic Day 2026: ଗଣତନ୍ତ୍ର ଦିବସରେ କିଏ, କେଉଁଠି କରିବେ ପତାକା ଉତ୍ତୋଳନ…
- ‘Nitin Nabin My Boss’: ନବୀନଙ୍କୁ ନିଜ ବସ୍ କହିଲେ ମୋଦି, ନିଜକୁ କହିଲେ ତାଙ୍କ ତଳେ କାମ କରୁଥିବା ଦଳୀୟ କର୍ମୀ…
- ବ୍ୟାଡମିଂଟନରୁ ଅବସର ଘୋଷଣା କଲେ ସାଇନା
- Acid Attack: ୧୪ ବର୍ଷୀୟ ନାବାଳିକା ଉପରେ ଏସିଡ୍ ଆକ୍ରମଣ
Comments are closed.