Latest Odisha News

BREAKING NEWS

ସୋମବାର ଶପଥ ନେବେ ବର୍ଷା

ଭୁବନେଶ୍ୱର: ପଦ୍ମପୁର ଆସନରୁ ବିପୁଳ ଭୋଟରେ ଜିତିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ବରିହା ସିଂହ । ଗତକାଲି ସେ ଭୁବେନଶ୍ୱର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ ନେଇଛନ୍ତି । ଆଜି ବାଚସ୍ପତିଙ୍କୁ ଭେଟି ସୋମବାର ବିଧାୟିକା ଭାବେ ଶପଥ ନେବେ ବୋଲି ଘୋଷଣା କରିଛନ୍ତି ।

ପଦ୍ମପୁର ବିଧାୟକ ଥିବା ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ଏଠାରେ ୫ ତାରିଖରେ  ଉପନିର୍ବାଚନ ହୋଇଥିଲା। ଏଥିରେ ବିଜୟ ରଞ୍ଜନଙ୍କ ଝିଅ ବର୍ଷା ବିଜେଡି ପ୍ରାର୍ଥୀ  ଭାବେ ନିର୍ବାଚନ ଲଢୁଥିବାବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଥିଲେ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ । ଉଭୟଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା । ଶେଷରେ  ୪୨ ହଜାର ୬୭୯ ଖଣ୍ଡ  ଭୋଟ୍‌ରେ ପରାସ୍ତ କରିଥିଲେ।

 

 

ଯାହା ବି ହେଉ,  ପଦ୍ମପୁର ଉପ ନିର୍ବାଚନରେ ଜିତିବା ପରେ ବର୍ଷା ଶୁକ୍ରବାର ଭୁବନେଶ୍ୱର ଆସି ପ୍ରଥମେ ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ।  ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ।

Leave A Reply

Your email address will not be published.