Latest Odisha News

BREAKING NEWS

ବଡ଼ ଡ଼କାୟତି ଯୋଜନା ପଣ୍ଡ ହେଲା, ମାରଣାସ୍ତ୍ର ସହ ଡ଼କାୟତ ଗ୍ୟାଙ୍ଗ୍ ଧରାପଡ଼ିଲେ

ଝାରସୁଗୁଡା : ଅନ୍ତଃରାଜ୍ୟ ଗ୍ୟାଙ୍ଗର କିଛି ସଦସ୍ୟଙ୍କୁ ଧରିବାରେ ଝାରସୁଗୁଡା ପୋଲିସକୁ ଶୁକ୍ରବାର ଦିନ ଏକ ବଡଧରଣର ସଫଳତା ମିଳିଛି । ପୋଲିସ ସୂଚନା ଅନୁଯାୟୀ ଜମଦରପଡା ନିକଟସ୍ଥ ଏକ ସ୍ଥାନରେ ଏହି ଗ୍ୟାଙ୍ଗ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ଡକାୟତ ମାନଙ୍କୁ ଧରିବାରେ ସକ୍ଷମ ହୋଇଛି ।

ଅନ୍ୟପକ୍ଷରେ ପୋଲିସ ଘଟଣାସ୍ଥଳରୁ ବନ୍ଧୁକ, ଖଣ୍ଡା, ଗୋଳା ବାରୁଦ, ଲୁହା ଛଡ, ସମେତ ପାଖାପାଖି ୪୪,୫୬୦ ଟଙ୍କା ଜବତ କରିଛି । “ଗିରଫ ୧୦ ଜଣଙ୍କ ମଧ୍ୟରେ ୭ଜଣ ପଶ୍ଚିମବଙ୍ଗର ହୋଇଥିବାବେଳେ ଜଣେ ମଧ୍ୟ ପ୍ରଦେଶ ଓ ଅନ୍ୟ ୨ଜଣ ଝାରସୁଗୁଡା ଅଞ୍ଚଳର ବୋଲି” କହିଛନ୍ତି ଝାରସୁଗୁଡା ଏସଡିପିଓ କେ ସି ଆଚାର୍ଯ୍ୟ ।

ସୂଚନା ଅନୁଯାୟୀ ଗିରଫ ଅଭିଯୁକ୍ତ ମାନେ ହେଲେ ଦିଲ୍ଲୀପ ରାଜବଂଶୀ(୪୮), ତଙ୍ଗନା ନାୟଡୁ(୪୦), ରବି ମୁଦାଲିୟର (୩୮), କାର୍ତ୍ତିକ ମାଳି(୫୦), ଗୌତମ ସିଂହ (୩୦), କିଶୋର ମୁଦାଲିୟର (୩୫), ଚନ୍ଦୁ ମାଳି (୩୦), ମନିଷ ମୌର୍ଯ୍ୟ (୨୬), ବିମଳେନ୍ଦ୍ର କୁମାର ଦ୍ୱିବେଦୀ (୨୧) ଏବଂ କୁନାଲ ବେଂଚର ବୋଲି ଜଣାପଡିଛି ।

Leave A Reply

Your email address will not be published.