Latest Odisha News

BREAKING NEWS

ହାଜର ହେଲେ ଅଭିଜିତ, ଆସନ୍ତାକାଲି ସତ୍ୟପାଠ ଦାଖଲ କରିବେ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର, ଓଡ଼ିଶା ବିଧାନସଭାର ବିଧାୟକ ତଥା ଓଡ଼ିଶା ରାଜ୍ୟ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇଥିବା ରିସର୍ଚ୍ଚ ସ୍କଲାର୍ ଅଭିଜିତ ଆୟାର ମିତ୍ରଙ୍କୁ ସତ୍ୟପାଠ ଦାଖଲ କରିବାକୁ ଆଉ ଗୋଟିଏ ଅଧିକ ଦିନ ସମୟ ଦେଇଛନ୍ତି ବିଧାନସଭା ଗୃହ କମିଟି ।

ଗୃହ କମିଟିର ନିର୍ଦ୍ଦେଶ ଅନୁସାରେ ଅଭିଜିତ ଶୁକ୍ରବାର ଦିନ ୧୧ଟା ସମୟରେ ଓଡ଼ିଶା ବିଧାନସଭା ହଲରେ ପହଞ୍ଚିଥିଲେ । ଅବଶ୍ୟ ସେ ଅକ୍ଟୋବର ୨୩ ତାରିଖରେ ଗୃହ କମିଟି ନିକଟରେ ପ୍ରଥମେ ହାଜର ହୋଇଥିଲେ ମଧ୍ୟ ସେ ତାଙ୍କର ସତ୍ୟପାଠ ଦାଖଲ କରିପାରି ନଥିଲେ ।

“ପୂର୍ବ ନିଦ୍ଦାରିତ ଅନୁଯାୟୀ ଆଜି ଅଭିଜିତ ସତ୍ୟପାଠ ଦାଖଲ କରିବାର ଥିଲା, ମାତ୍ର ଆଜି ଅଭିଜିତ ସତ୍ୟପାଠ ଦାଖଲ କରିପାରିନାହାନ୍ତି । ସେ ଅଧିକ ଗୋଟିଏ ଦିନ ସମୟ ଏବଂ ତାଙ୍କୁ ଆସନ୍ତାକାଲି ଶେଷ ସୁଯୋଗ ଦେବାକୁ ଗୃହ କମିଟିକୁ ଅନୁରୋଧ କରିଛନ୍ତି,” ଗଣମାଧ୍ୟମକୁ ସୂଚନାଦେଇ ଏହା କହିଛନ୍ତି ବିରୋଧିଦଳର ନେତା ତଥା ଗୃହ କମିଟିର ଅଧକ୍ଷ ନରସିଂହ ମିଶ୍ର ।

 

ସେ ସୂଚନାଦେଇ ଆହୁରି ମଧ୍ୟ କହିଛନ୍ତିି, ଅଭିଜିତଙ୍କର ସତ୍ୟପାଠ ଗୃହ କମିଟି ଗ୍ରହଣ କରିବା ପରେ କମିଟି ହିଁ ନିଷ୍ପତ୍ତି ନେବ ଯେ, ଅଭିଜିତ ଯେଉଁ ନିଃସର୍ତ୍ତ କ୍ଷମା ମାଗିଛନ୍ତି ତାହାକୁ ଗୃହ କମିଟି ଗ୍ରହଣ କରିବ କି ନାହିଁ । ଏହାକୁ ବିଧାନସଭାରେ ଦାଖଲ କରାଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନିଆଯିବ ।

ଗୃହ କମିଟି ଅକ୍ଟୋବର ୨୩ ତାରିଖରେ, ଅଭିଜିତଙ୍କୁ ନଭେମ୍ବର ୨ ତାରିଖରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.