Latest Odisha News

BREAKING NEWS

ରାଜ୍ୟରେ ଆଉ ୧୦ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ୧୦ଜଣଙ୍କ ଜୀବନ ନେଲା କରୋନା । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା କମୁଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୭ହଜାର ୪୨୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ଦଶଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଏଥିମଧ୍ୟରୁ ଭୁବନେଶ୍ୱରରୁ ୩ଜଣ, ସୁନ୍ଦରଗଡ଼ରୁ ୪ଜଣ, ଅନୁଗୁଳ, କନ୍ଧମାଳ, ଖୋର୍ଦ୍ଧାରୁ ଜଣେ ଲେଖାଏଁ ରହିଛନ୍ତି । ଅନୁଗୁଳରୁ ୫୭ବର୍ଷୀୟ ପୁରୁଷ, ଭୁବନେଶ୍ୱରରୁ ୬୮ବର୍ଷୀୟ ପୁରୁଷ, ୫୯ବର୍ଷୀୟ ପୁରୁଷ ଓ ୯୧ ବର୍ଷୀୟା ମହିଳାଙ୍କ କରୋନାରେ ମୃତ୍ୟୁ ହୋଇଛି ।

ସେହିପରି କନ୍ଧମାଳରୁ ୬୯ ବର୍ଷୀୟ ପୁରୁଷ, ଖୋର୍ଦ୍ଧାରୁ ୫୬ବର୍ଷୀୟା ମହିଳା, ସୁନ୍ଦରଗଡ଼ରୁ ୩୫ ବର୍ଷୀୟ ପୁରୁଷ, ସୁନ୍ଦରଗଡ଼ରୁ ୪୮ବର୍ଷୀୟ ମହିଳା, ସୁନ୍ଦରଗଡ଼ରୁ ୩୫ ବର୍ଷୀୟ ପୁରୁଷ, ସୁନ୍ଦରଗଡ଼ରୁ ୫୫ବର୍ଷୀୟ ମହିଳାଙ୍କ କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Comments are closed.