Latest Odisha News

BREAKING NEWS

ଦଣ୍ଡାଧାର କେନାଲରେ ବିରାଟ ଘାଇ, ଚିନ୍ତାରେ ଚାଷୀ

କାମାକ୍ଷାନଗର : ଦଣ୍ଡାଧାର ମୁଖ୍ୟ କେନାଲରେ ସୃଷ୍ଟି ହୋଇଛି ୧୦ ଫୁଟର ଘାଇ । କିଛି ଦିନ ପରେ ଧାନ ଚାଷ କାଟିବାକୁ ଥିବାବେଳେ ଏପରି ଘାଇ ସୃଷ୍ଟି ହୋଇ ଚାଷୀଙ୍କୁ ସମସ୍ୟାରେ ପକାଇଛି । ବାରମ୍ବାର ଅଭିଯୋଗ ସତ୍ତ୍ବେ ଶଶାପଶି ଗାଁ ଦଣ୍ଡାଧାର କେନାଲ ଘାଇର ମରାମତି କରାଯାଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ  । ଯଦି ଦଣ୍ହାଧାର କେନାଲର ମରାମତି କରାନଯାଏ ତେବେ ସମସ୍ତ ଧାନ ଚାଷ ନଷ୍ଟ ହୋଇଯିବ  ।

ଘାଇଟି ଧୀରେ ଧୀରେ ବଡ଼ ରୂପ ଧାରଣ କରିବା ସହ ସମ୍ପୁର୍ଣ୍ଣ ଭାଙ୍ଗି ଯିବାର  ସମ୍ଭାବନା ରହିଛି । ତେବେ ଏ ନେଇ ଚାଷୀ ଭାଇ ମାନେ କିଛି ଦିନ ହେବ ବିଭାଗୀୟ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ ।  ଏ ନେଇ ଦଣ୍ଡାଧାର ଡ୍ୟାମର କେନାଲ କର୍ତ୍ତୃପକ୍ଷ କିମ୍ବା ଅଧିକାରୀଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ତେବେ ସୃଷ୍ଟି ହୋଇଥିବା ଘାଇଟିକୁ ଯଥାଶୀଘ୍ର ମରାମତି କରିବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ଚାଷୀ । ଯଦି ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.