Latest Odisha News

BREAKING NEWS

୧୯୬୬ରୁ ପାଳିତ ହେଉଛି ନ୍ୟାସନାଲ ପ୍ରେସ ଡେ’

ଭୁବନେଶ୍ୱର: ଆଜି ନ୍ୟାସନାଲ ପ୍ରେସ ଡେ’  । ପ୍ରେସ କାଉନସିଲ ଅଫ୍ ଇଣ୍ଡିଆର ସମ୍ମନାର୍ଥେ ଏହି ଦିବସକୁ ପାଳନ କରାଯାଏ । ଦେଶରେ  ମୁକ୍ତ ଓ ଦାୟିତ୍ୱବାନ ପ୍ରେସର ଉପସ୍ଥିତିକୁ ଦର୍ଶାଇବା ପ୍ରେସ ଡେ’ର ମହତ୍ତ୍ୱ । ଦେଶର ବିଭିନ୍ନ ଗଣମାଧ୍ୟମ ଦ୍ୱାରା ଉଚ୍ଚମାନର ସାମ୍ୱାଦିକତା ପାଇଁ ଉତ୍ତରଦାୟୀ ହେଉଛି ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ(ପିସିଆଇ) । ଏହା ସହିତ ଗଣମାଧ୍ୟମ ତଥା ସାମ୍ୱାଦିକତା ସମୟରେ ଅନ୍ୟାନ୍ୟ କାର୍ଯ୍ୟକଳାପ ଗୁଡିକର ମାନଦଣ୍ଡ ପ୍ରସ୍ତୁତ କରେ ପ୍ରେସ କାଉନସିଲ ।

ପ୍ରେସ ସ୍ୱାଧୀନତା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ବାକ୍ ଅଧିକାର ଦ୍ୱାରା ପ୍ରେସ ନିରୀହ ନିଷ୍ପେସିତଙ୍କ ସ୍ୱର ହୁଏ । ଶାସକ ଓ ଶାସିତଙ୍କ ମଧ୍ୟରେ ସେତୁ ସାଜେ ପ୍ରେସ । ନିର୍ଯାତିତଙ୍କୁ ନ୍ୟାୟ ଦେବା ପାଇଁ ସେମାନଙ୍କ ସମସ୍ୟାକୁ ଉଚିତ୍ ସିଷ୍ଟମ ପର୍ଯ୍ୟନ୍ତ ପହଞ୍ଚାଇବା ଗଣମାଧ୍ୟମର ଲକ୍ଷ୍ୟ । ଏହାସହିତ ଲୋକଙ୍କ ସମସ୍ୟାର ସମାଧାନ ଖୋଜିବାରେ ବି ଗଣମାଧ୍ୟମ ସରକାରଙ୍କୁ ସାହାଯ୍ୟ କରେ । ସେଥିପାଇଁ ଗଣତନ୍ତ୍ରରେ ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଏ ।

ପ୍ରେସ କାଉନସିଲ ଅଫ୍ ଇଣ୍ଡିଆର ସମ୍ମାନାର୍ଥେ ପାଳିତ ହୁଏ ନ୍ୟାସନାଲ ପ୍ରେସ ଡେ’ । ଚତୁର୍ଥ ସ୍ତମ୍ଭର ସୁରକ୍ଷା ପାଇଁ ପ୍ରେସ କାଉନସିଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ଉତ୍ତମ ଓ ସୁରକ୍ଷିତ ସାମ୍ୱାଦିକତା ସୁନିଶ୍ଚିତ କରିବା ଦିଗରେ କାଉନସିଲ ବିଭିନ୍ନ ପଦକ୍ଷେପ ଗ୍ରହଣ କରେ । ୧୯୬୬ ନଭେମ୍ୱର ୧୬ ତାରିଖରେ  ଭାରତୀୟ ପ୍ରେସ କାଉନସିଲ (ପିସିଆଇ) ଗଠନ ହେବା ପରଠାରୁ ଭାରତରେ ପ୍ରେସ ଡେ’ ପାଳନ ହେଉଛି । କାଉନସିଲର ଅଧ୍ୟକ୍ଷତା କରନ୍ତି ସୁପ୍ରମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ।

୨୦ଜଣ ଗଣମାଧ୍ୟମ ପ୍ରତିନିଧି, ୫ଜଣ ସାଂସଦ ଏବଂ ସଂସ୍କୃତି, ଆଇନ ଓ ଶିକ୍ଷା କ୍ଷେତ୍ରରୁ ୩ଜଣଙ୍କୁ ମିଶାଇ ମୋଟ ୨୮ଜଣ ଏହାର ସଦସ୍ୟ ରହିଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ଥିବା ସାମ୍ୱାଦିକ ସଂଘ ମାନଙ୍କ ପକ୍ଷରୁ ଆଜିର ଦିନଟିକୁ ପାଳନ କରାଯାଉଛି ।

Leave A Reply

Your email address will not be published.