Latest Odisha News

BREAKING NEWS

କେନ୍ଦ୍ରାପଡ଼ାରେ ରକ୍ତପାତ ରାଜନୀତି :ବିଜେପି କର୍ମୀଙ୍କ ବାପାଙ୍କୁ ବିଜେଡି କର୍ମୀ ଗାଡ଼ି ଧକ୍କା କରି ମାରିଥିବା ଅଭିଯୋଗ

କେନ୍ଦ୍ରାପଡ଼ା : ଶେଷ ପର୍ଯ୍ୟାୟ ନିର୍ବାଚନ ପରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି  । ଗତକାଲି ରାତିରେ କେନ୍ଦ୍ରାପଡ଼ା ପାଟକୁରାରେ ବିଜେପି କର୍ମୀଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ବିଜେଡି କର୍ମୀ ଆକ୍ରମଣ କରିଥିବା ନେଇ ବିଜେପି କର୍ମୀ ଅଭିଯୋଗ କରିଛନ୍ତି । ସ୍ଥାନୀୟ ବିଜେପିର ପଂଚାୟତ ସଭାପତିଙ୍କ ବାପାଙ୍କୁ ବିଜେଡି କର୍ମୀ ଗାଡ଼ି ଧକ୍କା କରି ମାରିଥିବା ନେଇ ସେ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ,ମୋ ବାପା ଘର ପାଖ ରାସ୍ତାରେ ଚିଡା ହୋଇଥିବା ସମୟରେ ବିଜେଡି କର୍ମୀ ଗାଡି ଚଢାଇଛନ୍ତି ।  ବିଜେପି କର୍ମୀଙ୍କ ବାପାଙ୍କୁ କୁଦାନଗରୀ ଥାନା ଜମପଡ଼ାରେ ଗାଡ଼ି ଧକ୍କାପରେ ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରୁଥିବା ବେଳେ ବାଟରେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିବା ସେ କହିଛନ୍ତି ।

ପରେ ପାଟକୁରା ବିଜେପି ବିଧାୟକ ପ୍ରାର୍ଥୀ, ତେଜେଶ୍ୱର ପରିଡ଼ା ପହଁଞ୍ଚି ମୃତକଙ୍କ ପରିବାରକୁ ଆଶ୍ୱାସନା ଓ ସମବେଦନା ଜଣାଇବା ସହ ହତ୍ୟାକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଅନ୍ୟପଟେ ଏ ଘଟଣାରେ ବିଜେଡି କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

Comments are closed.