Latest Odisha News

ଆଜି ମୁଜାଫରନଗରରେ ଚାଷୀଙ୍କ ମହାପଞ୍ଚାୟତ

ନୂଆଦିଲ୍ଲୀ: ଟ୍ରାକ୍ଟର ରାଲିକୁ ନେଇ ହିଂସା ପରେ ଦିଲ୍ଲୀ ସୀମାରେ ପୋଲିସ ସକ୍ରିୟ ହୋଇଛି । ଗୁରୁବାର ଗାଜିପୁର ବର୍ଡରରେ ଆହୁରି ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଅନ୍ୟପଟେ ରାକେଶ ଟିକାୟତଙ୍କ ସମର୍ଥକ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧର କରି ରାସ୍ତା ଜାମ କରିଛନ୍ତି । ଟିକାୟତଙ୍କୁ ସମର୍ଥନ କରି କଂଗ୍ରେସର ଏକାଧିକ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ଅଜିତ ସିହ ଟ୍ୱିଟ୍ କରିଛନ୍ତି ।

ଗୋଟିଏ ପଟେ ଟିକାୟତଙ୍କ ସମର୍ଥକ ଜାତୀୟ ରାଜପଥ ଜାମ୍ କରିଥିବା ବେଳେ ମୁଜାଫରନଗରରେ ଆଜି ମହାପଞ୍ଚାୟତ ଡକା ଯାଇଛି । ହରିୟାଣାରେ କେତେକ ସ୍ଥାନରେ ବି ପ୍ରତିବାଦ ଦେଖିବାକୁ ମିଳିଛି । ହରିୟାଣାର ଜିନ୍ଦ-ଚଣ୍ଡିଗଡ଼ ରାସ୍ତାକୁ କଣ୍ଡେଲାର ଜାମ୍ କରି ଦେଇଛନ୍ତି କୃଷକ । ରାକେଶ ଟିକାୟତଙ୍କୁ ଗିରଫ କରିବା ପୂର୍ବରୁ ପୋଲିସ ସେମାନଙ୍କୁ ଗିରଫ କରୁ ବୋଲି ଆନ୍ଦୋଳନକାରୀ ନାରା ଦେଇଛନ୍ତି ।

ଅନ୍ୟପଟେ ରାକେଶ ଟିକାୟତଙ୍କୁ ସମର୍ଥନ କରି ବିପୁଳ ସଂଖ୍ୟାରେ କୃଷକ ମୁଜାଫରନଗରର ସିସୌଲି ଗାଁ ପହଞ୍ଚୁଛନ୍ତି । ଗାଜିପୁର ବର୍ଡରରେ ରାକେଶ ଟିକାୟତ କାନ୍ଦିବା ପରେ ଆନ୍ଦୋଳନକାରୀଙ୍କ ଭିତରେ ନୂଆ ଜୋସ୍ ଆସିଛି । ରାକେଶ ଟିକାୟତଙ୍କ ଭାଇ ନରେଶ କହିଛନ୍ତି- ଶୁକ୍ରବାର ଦିନ ୧୧ଟାରେ ମୁଜାଫରନଗରର  ରାଜକୀୟ ଇଣ୍ଟର କଲେଜରେ ମହାପଞ୍ଚାୟତ ହେବ । ଏହି ମହାପଞ୍ଚାୟତରୁ ସ୍ଥିର ହେବ କୃଷକ ଆନ୍ଦୋଳନର ଆଗାମୀ ରଣନୀତି ।

ପଶ୍ଚିମ ଉତ୍ତରପ୍ରଦେଶର ଜାଣ୍ଟୋ ସବୁଠୁ ବଡ଼ ଖାପ୍ ପଞ୍ଚାୟତ ଏବଂ ଏହାର ଅଧ୍ୟକ୍ଷ ହେଉଛନ୍ତି ନରେଶ ଟିକାୟତ । ସୂଚନା ଅନୁସାରେ- ରାଷ୍ଟ୍ରୀୟ ଲୋକଦଳ ମୁଖ୍ୟ ଅଜିତ ସିଂହ ମଧ୍ୟ ରାକେଶ ଟିକାୟତଙ୍କୁ ସମର୍ଥନ ଦେଇ ଫୋନ୍ କରିଛନ୍ତି ।

Leave A Reply

Your email address will not be published.