ରାଜସ୍ଥାନ: ଦିନକୁ ଦିନ ବଢୁଛି ସଡକ ଦୁର୍ଘଟଣା । ଗାଡି ଚାଳକଙ୍କ ଅସାବଧାନତା ହେଉ କିମ୍ବା ଅନ୍ୟ କୌଣସି କାରଣରୁ ହେଉ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢିଚାଲିଛି । ଏମିତି କିଛି ଘଟଣା ଘଟିଛି ରାଜସ୍ଥାନର କୁଚାମାନ ଜିଲ୍ଲାରେ । ଖୁନଖୁନା ପୋଲିସ ଥାନା ଅନ୍ତର୍ଗତ ବନ୍ଥଡି ଗାଁ ନିକଟରେ ଭ୍ୟାନ୍ ଏବଂ ଘରୋଇ ବସ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ପ୍ରାୟ ୭ ଜଣଙ୍କର ମୃତ୍ୟୁ ଘଟିଛି ।
ଏଥିରେ ଆହତ ହୋଇଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଜିଲ୍ଲାର ବାଙ୍ଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସେମାନଙ୍କୁ ଜୟପୁରକୁ ପଠାଯାଇଛି । ତେବେ ଭ୍ୟାନରେ ଯାତ୍ରା କରୁଥିବା ଯାତ୍ରୀମାନେ ଏକ ବିବାହ ସମାରୋହରେ ସାମିଲ ହେବା ପାଇଁ ସିକରରୁ ନାଗୌର ଯାଉଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଦୁଘର୍ଟଣାର ସଠିକ୍ କାରଣ ଜଣାପଡିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
Comments are closed.