Latest Odisha News

ଜମ୍ମୁ କାଶ୍ମୀରରେ ତାଲିବାନୀଙ୍କ ପ୍ରଭାବ ବିସ୍ତାର ଆଶଙ୍କା; ୬୦ ଯୁବକ ନିଖୋଜ

ଶ୍ରୀନଗର: ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ଜମ୍ମୁ କାଶ୍ମୀରରେ ମଧ୍ୟ ଚିନ୍ତା ବଢିଚାଲିଛି। ରିପୋର୍ଟ ଅନୁଯାୟୀ ଗତ କିଛି ଦିନ ମଧ୍ୟରେ ଜାମ୍ମୁ କାଶ୍ମୀରରେ ଅତି କମରେ ୬ ଟି ଆତଙ୍କବାଦୀ ଗୋଷ୍ଠୀ ଅନୁପ୍ରବେଶ କରିଛନ୍ତି। ଯାହାର କିଛି ବୃହତ୍‌ ଲକ୍ଷ୍ୟ ରହିଥିବା ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ, ୨୫ ରୁ ୩୦ ଜଣ ଆତଙ୍କବାଦୀ ଅଛନ୍ତି, ଯେଉଁମାନଙ୍କର ଯାଞ୍ଚ ଚାଲିଛି। ଏହା ବ୍ୟତୀତ ଜାମ୍ମୁ କାଶ୍ମୀରରୁ ୬୦ ଜଣ ଯୁବକଙ୍କର ନିଖୋଜ ହେବା ଘଟଣା ସୁରକ୍ଷା ବାହିନୀ ଏବଂ ଏଜେନ୍ସିମାନଙ୍କ ନିଦ ହଜେଇ ଦେଇଛି। ଏହା ଆଶଙ୍କା କରାଯାଉଛି ଯେ ସେମାନେ କିଛି ଆତଙ୍କବାଦୀ ସଂଗଠନ କିମ୍ବା ତାଲିବାନ ସହିତ ଜଡିତ ଅଛନ୍ତି।

କାଶ୍ମୀରର ବରିଷ୍ଠ ପୋଲିସ ଅଧିକାରୀ ବିଜୟ କୁମାର କହିଛନ୍ତି ଯେ ଏହି ନିଖୋଜ ଥିବା ଲୋକମାନେ କହିଥଲେ ଯେ ସେମାନେ କାହା ସହ କାମ କରିବାକୁ ଯାଉଛନ୍ତି, କିନ୍ତୁ ବର୍ତ୍ତମାନ ସେମାନେ ନିଖୋଜ ଅଛନ୍ତି। ଏହା ବଡ ଚିନ୍ତାର ବିଷୟ। ଜାମ୍ମୁ କାଶ୍ମୀରକୁ ନେଇ ଚିନ୍ତା ମଧ୍ୟ ବୃଦ୍ଧି ପାଇଛି କାରଣ ଗତ ଏକ ମାସ ମଧ୍ୟରେ ଏହି ଧାରା ବଦଳିଛି ଏବଂ ଉପତ୍ୟକାରେ ହିଂସା ଘଟଣା ବୃଦ୍ଧି ପାଇଛି।

Comments are closed.