Latest Odisha News

BREAKING NEWS

ଅଣ କଶ୍ମୀର ବାସିନ୍ଦାଙ୍କୁ ପୁନର୍ବାର ଧମକ ଦେଲା ୟୁଏଲଏଫ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଅଣ କଶ୍ମୀର ବାସିନ୍ଦାଙ୍କୁ ଆଜି ପୁନର୍ବାର ଧମକ ଦେଇଛି ଆତଙ୍କବାଦୀ ସଂଗଠନ ୟୁଏଲଏଫ । ଟି୨୦ ବିଶ୍ୱକପ ଅବସରରେ ଭାରତ-ପାକିସ୍ତାନ ମ୍ୟାଚ ପରେ ଖୁସି ମନାଉଥିବା ୬ଜଣଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଥିଲା । ପାକିସ୍ତାନ ବିଜୟ ହାସଲ କରିବା ପରେ ଶ୍ରୀନଗର ମେଡିକାଲ କଲେଜ ଛାତ୍ରଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ସାମ୍ବା ଜିଲାର ୬ଜଣ ଗିରଫ ହୋଇଥିଲେ ।

୪୮ ଘଂଟା ମଧ୍ୟରେ ଅଣ କଶ୍ମୀରଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ହେବ ବୋଲି ୟୁଏଲଏଫ ଧମକ ଦେଇଛି । ପୋଲିସ ଏ ନେଇ ସରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । ଅଣ କଶ୍ମୀରଙ୍କ ମଧ୍ୟରେ ଏ ନେଇ ଭୟର ବାତାବରଣ ଖେଳିଯାଇଛି ।

Leave A Reply

Your email address will not be published.