Latest Odisha News

BREAKING NEWS

ଲୋକାର୍ପିତ ହେଲା ପାଣ୍ଡବ ଚରଣ ଦାସଙ୍କ ‘ଭାଗବତ କଥାମୃତ’

ଭୁବନେଶ୍ୱର  : ପ୍ରଖ୍ୟାତ କବି ତଥା ଆଧ୍ୟାତ୍ମିକ ସାଧକ ପାଣ୍ଡବ ଚରଣ ଦାସଙ୍କ ଦ୍ୱାରା ରଚିତ କାବ୍ୟ “ଭାଗବତ କଥାମୃତ”ର ଆନ୍ତର୍ଜାତିକ ଆଭାସୀ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରସନ୍ନ ପାଟ୍ଟଶାଣୀ, ଇତିରାଣୀ ସାମନ୍ତ ଓ ପ୍ରଦୀପ କୁମାର ମିଶ୍ର ମିଳିତ ଭାବେ ବହିଟିକୁ ପ୍ରଦର୍ଶନ ପୂର୍ବକ ଏହି ପୁସ୍ତକଟିକୁ ଉନ୍ମୋଚିତ କରିଥିଲେ ଉନ୍ମୋଚନ କରିଥିଲେ । ଟରୋଣ୍ଟୋର ବିଦ୍ୟା ପବ୍ଲିସିଙ୍ଗଙ୍କ‍ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ଶ୍ରୀମଦ୍‍ ଭଗବତର ୬୫ଟି ଉପାଖ୍ୟନକୁ ସ୍ଥାନ ଦିଆଯାଇଛି ।

ଶ୍ରୀ ଦାସ ତାଙ୍କର ଏହି ଅନବଦ୍ୟ, ଅନନ୍ୟ ଓ ଅସାଧାରଣ ସୃଷ୍ଟିରେ ଭଗବାନଙ୍କର ଅପାର ଲୀଳା ଏବଂ ଅପରୂପ ମହିମାକୁ ବେଶ୍‍ ସହଜ, ସୁନ୍ଦର, ସରଳ ଓ ସାବଳୀଳ ଶୈଳୀରେ ଉପସ୍ଥାପନ କରିଛନ୍ତି ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ଏହି ସାରସ୍ୱତ ସଭାକୁ ସୁନନ୍ଦା ମିଶ୍ର ପଣ୍ଡା ଏବଂ ଅଧ୍ୟକ୍ଷ ତନ୍ମୟ ପଣ୍ଡା ସଞ୍ଚାଳନା କରିଥିଲେ ।

Leave A Reply

Your email address will not be published.