Latest Odisha News

BREAKING NEWS

ନୂଆବର୍ଷ ପାଇଁ ଆଖଣ୍ଡଳମଣି ମନ୍ଦିରରେ ଏସଓପି ଜାରି, ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଆଖଣ୍ଡଳମଣି ମନ୍ଦିରରେ ଏସଓପି ଜାରି କଲା ଜିଲ୍ଲା ପ୍ରଶାସନ । ନୂଆବର୍ଷ ପାଇଁ ଶ୍ରଦ୍ଧାଳୁଙ୍କ ଅଧିକ ଭିଡ଼କୁ ଦୃଷ୍ଟିରେ ଏସଓପି ଜାରି କରାଯାଇଛି । ଡ଼ିସେମ୍ବର ୩୧ ସକାଳ ୬ଟାରୁ ଜାନୁଆରୀ ୨ତାରିଖ ସନ୍ଧ୍ୟା ୮ଟା ଯାଏଁ ଭକ୍ତ ଦର୍ଶନ କରିପାରିବେ ନାହିଁ ।

କୋଭିଡ଼ କଟକଣା ମଧ୍ୟରେ ମନ୍ଦିରରେ ସମସ୍ତ ନୀତିକାନ୍ତି କରାଯିବ । ସୀମିତ ସେବାୟତ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ପାଇଁ ପ୍ରଶାସନ ପକ୍ଷରୁ ଜଣାଯାଇଛି । ମନ୍ଦିର ଓ ପୀଠରେ ଗହଳି ନକରିବାକୁ କୁହାଯାଇଛି । ଏଥିପାଇଁ କଟକଣାକୁ କଡ଼ାକଡ଼ି କରାଯାଇଛି ।

Leave A Reply

Your email address will not be published.