Latest Odisha News

BREAKING NEWS

ବନ୍ଧୁକଧାରୀ ଯୁବକଙ୍କ ଗୁଣ୍ଡାରାଜ; ଢାବା ଭାଙ୍ଗିଲେ, ମାଲିକ ଓ କର୍ମଚାରୀଙ୍କୁ ପିଟିଲେ

ମୟୂରଭଞ୍ଜ:ଢାବା ଭିତରେ ବନ୍ଧୁକଧାରୀ ଯୁବକଙ୍କ ଗୁଣ୍ଡାରାଜ । ରାତିରେ ବନ୍ଧୁକ ଧରି ଢାବାକୁ ଆସି ମାଲିକ ଓ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇଲେ । ଭୟଭୀତ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଭଞ୍ଜପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।

ଗତକାଲି ରାତି ପ୍ରାୟ ସାଢେ଼ ଏଗାରଟାରେ ବାରିପଦା ସହରର ମୁରୁଗାବାଡି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ୮ ଜଣ ଯୁବକ କାର୍‌ ଓ ବାଇକ୍‌ରେ ଆସି କାଠମାଣ୍ଡୁ ହୋଟେଲରେ ଆତଙ୍କ ଖେଳାଇଥିଲେ ।

ପୋଲିସ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ କରୁଛି। ଦୁର୍ବୃତ୍ତ ମାନେ ଢ଼ାବାରେ ଆସି କାହିଁକି ଆତଙ୍କ ଖେଳାଇଲେ ତାହା ଜଣାପଡ଼ି ନାହିଁ ।

 

 

Comments are closed.