କେୱଡିଆ: ଆଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗୁଜରାଟର କେୱଡିଆରେ ଆୟୋଜିତ ହୋଇଥିବା ରାଷ୍ଟ୍ରୀୟ ଏକତା ଦିବସ ପ୍ୟାରେଡ଼ରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ସେଠାରେ ନିଜର ଅଭିଭାଷଣ ରଖିବା ସହ ଆତଙ୍କବାଦୀ ମାନଙ୍କୁ ବଡ଼ ଚେତାବନୀ ଦେଇଛନ୍ତି ମୋଦି। ଆତଙ୍କବାଦୀ ଙ୍କୁ ପରାମର୍ଶ ଦେଉଥିବା ଆତଙ୍କିଙ୍କୁ ଦେଶ ଛାଡ଼ିବାକୁ ହେବ ବୋଲି କହିଛନ୍ତି।
ଏହାକୁ ନେଇ ମୋଦି କହିଛନ୍ତି, ଜମ୍ମୁ କାଶ୍ମୀରରେ ଲୋକେ ବିଚ୍ଛିନ୍ନତାବାଦକୁ ସମର୍ଥନ କରୁନାହାନ୍ତି। ଏବେ ଆତଙ୍କୀଙ୍କ ପରାମର୍ଶଦାତାଙ୍କୁ ଦେଶ ଛାଡ଼ିବାକୁ ହେବ। ଯେଉଁ ନକ୍ସଲବାଦ ଭାରତର ଏକତା କୁ ଚାଲେଞ୍ଜ କରିଥିଲା, ତାହା ଏବେ ଦେଶରେ ଶେଷ ନିଃଶ୍ୱାସ ନେଉଛି। ଏବେ ଭାରତ ପାଖରେ ଦିଗ ବି ଅଛି ଆଉ ଦୃଷ୍ଟି ବି। ସମସ୍ତ ଦେଶଙ୍କ ସହିତ ଭାରତର ନିକଟତର ହେଉଛି। ଭାରତର ଏକତା ବି ଶକ୍ତିଶାଳୀ ହେଉଛି। ଗତ ଦଶ ବର୍ଷର କାଳଖଣ୍ଡ ଏବେ ଭାରତର ଏକତା ଆଉ ଅଖଣ୍ଡତା ପାଇଁ ଅଦ୍ଭୁତ ପୂର୍ବ ଉପଲବ୍ଧି ଆଣିଛି।
ଏଥିସହିତ ଭାରତ ଓ୍ବାନ୍ ନେସନ୍, ଓ୍ବାନ୍ ଇଲେକ୍ସନ୍ ଓ ସେକ୍ୟୁଲାର୍ ସିଭିଲ୍ କୋର୍ଟ ଦିଗରେ ଆଗକୁ ବଢୁଛି ବୋଲି ମୋଦି କହିଛନ୍ତି। ସେହିପରି ଜମ୍ମୁ କାଶ୍ମୀରରେ ଧାରା ୩୭୦ ଦେଶରେ ଏକ କାନ୍ଥ ସଦୃଶ୍ୟ ଥିଲା। ଲୋକଙ୍କୁ ସାମ୍ବାଧାନିକ ଅଧିକାରଠାରୁ ବଞ୍ଚିତ ରଖୁଥିଲା। ଆମେ ସେହି କାନ୍ଥକୁ ମାଟିରେ ମିଶାଇ ଦେଇଛୁ। ଆତଙ୍କବାଦ ମୁକାବିଲା କ୍ଷେତ୍ରରେ ଜାମ୍ମୁ କାଶ୍ମୀର ବାସୀଙ୍କ ଭୂମିକାକୁ ପ୍ରଶଂସା କରିବା ସହ ତାଙ୍କୁ ସାଲ୍ୟୁଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
Comments are closed.