Latest Odisha News

BREAKING NEWS

ବାରମୁଳାରେ ପୁଣି ଆତଙ୍କୀ ଆକ୍ରମଣ: ମସଜିଦ ଭିତରେ ପଶି ଅବସରପ୍ରାପ୍ତ ପୋଲିସ ଅଫିସରଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର: ଜମ୍ମୁକାଶ୍ମୀରରେ ପୁଣି ଆତଙ୍କୀ ଆକ୍ରମଣ । ପୁଞ୍ଛରେ ଆକ୍ରମଣ ପରେ ଏବେ ଆତଙ୍କୀମାନେ ବାରମୁଳାରେ ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ହତ୍ୟା କରିଛନ୍ତି । ବାରମୁଳାର ଗଟମୁଳାରେ ଆତଙ୍କୀମାନେ  ଏକ ମସଜିଦରେ ପଶି ଏହି ଅବସରପ୍ରାପ୍ତ ଅଫିସରଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତ ବ୍ୟକ୍ତ ଜଣକ ହେଉଛନ୍ତି ଅବସରପ୍ରାପ୍ତ ଏସପି ମୋହମ୍ମଦ ଶଫି ।

ଜମ୍ମୁକଶ୍ମୀର ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୋହମ୍ମଦ ଶଫି ସକାଳୁ ସକାଳୁ ମସଜିଦରେ ନମାଜ ପଢୁଥିବାବେଳେ ଆତଙ୍କୀମାନେ ମସଜିଦ ଭିତରକୁ ପଶି ଆସିଥିଲେ । ସେ ଅବସରପ୍ରାପ୍ତ ଅଫିସରଙ୍କୁ ଆଖିବୁଜା ଗୁଳି କରିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା

ଏହି ଘଟଣା ପରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ ଚାଲିଛି । ତେବେ ଆକ୍ରମଣ କରିଥିବା ଆତଙ୍କୀଙ୍କ ବିଷୟରେ ସବିଶେଷ ଖବର ମିଳିନାହିଁ ।

ଏଠି କହିରଖିବୁ, ପୁଚ୍ଛରେ ଆତଙ୍କୀ ଆକ୍ରମଣରେ ୪ ଜଣ ଯବାନ ସହିଦ ହୋଇଥିବାବେଳେ ପୋଲିସ ଟିମ ସେଠାରେ ସର୍ଚ୍ଚ ଅପରେଶନ ଚଳାଇଛନ୍ତି । ଏହି ସମୟରେ ଆତଙ୍କୀମାନେ ବାରମୁଳାରେ ପଶି ଏପରି ଆକ୍ରମଣ କରିଛନ୍ତି ।

Comments are closed.