Latest Odisha News

BREAKING NEWS

ଶ୍ରୀନଗର ବଜାରରେ ଆତଙ୍କବାଦୀ ହମ୍‌ଲା, ୨ ଯବାନ ସହିଦ

ଶ୍ରୀନଗର: ପୁଣିଥରେ ଭାରତରେ ଆତଙ୍କବାଦୀ ହମ୍‌ଲା । ବ୍ୟସ୍ତବହୁଳ ଶ୍ରୀନଗର ବଜାରରେ ଆଜି ତିନି ଆତଙ୍କବାଦୀ ଖେଳିଥିଲେ ରକ୍ତର ହୋଲି । ଆତଙ୍କବାଦୀ ହମ୍‌ଲାରେ ଦୁଇ ଜଣ ଯବାନ ସହିଦ ହୋଇଥିଲାବେଳେ କାରରେ ଚମ୍ପଟ୍ ମାରିଥିଲେ ଆତଙ୍କବାଦୀ ।

ରିପୋର୍ଟ ଅନୁଯାୟୀ ଆଜି ଅପରାହ୍ନରେ ଖୁସୀପୋରାରେ ସୁରକ୍ଷା ଦାୟିତ୍ୱରେ ଥିବା ଯବାନଙ୍କ ଉପରକୁ ତିନିଜଣ ଆତଙ୍କବାଦୀ ଏକ ମାରୁତି କାରରେ ସବାର ହୋଇ ଗୁଳିମାଡ କରିଥିଲେ । ଏହି ହମ୍‌ଲାରେ ଦୁଇଜଣ ଯବାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସେମାନେ ମୃତ୍ୟୁ ନିକଟରେ ହାର୍ ମାନିଥିଲେ ।

ବ୍ୟସ୍ତବହୁଳ ଅଂଚଳ ହୋଇଥିବାରୁ ଆତଙ୍କବାଦୀ ଖସି ପଳାଇବାକୁ ସଫଳ ହୋଇଥିଲେ । ଫେରାର ଆତଙ୍କବାଦୀଙ୍କୁ ଧରିବା ପାଇଁ ଜୋରଦାର ଅପରେଶନ ଚାଲିଛି । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଏହି ଆକ୍ରମଣ ପଛରେ ଜୈସ୍‌-ଇ-ମହମ୍ମଦ କିମ୍ବା ଲସ୍କର-ଇ-ତୋଏବାର ହାତ ଥିବା ଅନୁମାନ କରାଯାଉଛି ।

Comments are closed.