Latest Odisha News

ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ରିୟାସି ଜିଲ୍ଲାର ଚସାନା ନିକଟରେ ସୋମବାର ସର୍ଚ୍ଚ ଅପରେସନ୍ ବେଳେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳି ପଡିଲା ଜଣେ ଆତଙ୍କବାଦୀ। ଏଥିସହ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

ଏଡିଜିପି ମୁକେଶ ସିଂ କହିଛନ୍ତି ଯେ ସୋମବାର ଦୁଇ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ପୋଲିସ ସୂଚନା ପାଇଥିଲା। ଯାହା ଆଧାରରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଚସାନାର ତୁଲି ଅଞ୍ଚଳର ଗଲି ସୋହାବରେ ଏନକାଉଣ୍ଟର ଚାଲିଥିବା ନେଇ ସୂଚନା ରହିଛି। ପୋଲିସ ଏବଂ ସେନା ଏହି ଅପରେସନ ଚଳାଉଛନ୍ତି। ତେବେ ଏହି ଗୁଳି ବିନିମୟରେ ଆହତ ହୋଇଥିବା ପୋଲିସ କର୍ମଚାରୀଙ୍କର ଚିକିତ୍ସା ପାଇଁ ମେଡିକାଲ ପଠାଯାଇଛି।

ଏହାପୂର୍ବରୁ ଜୁଲାଇ ମାସରେ ସୁରକ୍ଷା ବାହିନୀ ଚାରି ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ। ଏହା ବ୍ୟତୀତ ଅଗଷ୍ଟରେ ମଧ୍ୟ ସେନା ଜମ୍ମୁ କଶ୍ମୀରର ପୁଞ୍ଛ ଜିଲ୍ଲା ଅନ୍ତର୍ଗତ ଏଲଓସି ନିକଟରେ ଦୁଇ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ହତ୍ୟା କରି ଏକ ଅନୁପ୍ରବେଶ ଉଦ୍ୟମକୁ ଖଣ୍ଡନ କରିଛି।

Leave A Reply

Your email address will not be published.